www.samajalive.in
Saturday, December 6, 2025
15.1 C
Bhubaneswar

ଭାରତରେ ତାଲାବନ୍ଦ ଜରୁରୀ – ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ:ଭାରତରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ରୋକିବା ଲାଗି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସି ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ହ୍ବାଇଟ ହାଉସର ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଥିବା ଫୌସି କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ହେଲେ ଦେଶବ୍ୟାପୀ ତାଲାବନ୍ଦ କରାଯାଉ। ସେ କହିଛନ୍ତି ଯେ ଭାରତରେ କରୋନାର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ।

ଭାରତ ସରକାର କରୋନା ବିରୋଧରେ ନିଜର ବିଜୟକୁ ବହୁତ ଆଗୁଆ ଘୋଷଣା କରିଦେଇଥିଲେ। ତେଣୁ ଏହି ଭୂତାଣୁ ପୁନର୍ବାର ସକ୍ରିୟ ହେବାର ସୁଯୋଗ ପାଇଲା। ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଥିବାରୁ ସେମାନଙ୍କ ପାଇଁ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ ଓ ଔଷଧ ଯୋଗାଣ ସମ୍ଭବ ହେଉ ନାହିଁ। ତେଣୁ ଭାରତକୁ ଏବେ ବିଶ୍ବର ଅନ୍ୟ ରାଷ୍ଟ୍ର ସହଯୋଗର ହାତ ବଢାଇଛନ୍ତି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ହେଲେ ଭାରତ ସରକାର ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ଦରକାର। ନିଜସ୍ବ ଟିକା ସହିତ ବିଦେଶୀ ଟିକାକୁ ଆମଦାନୀ କରି ସରକାର ଟିକାକରଣ କରିବା ଉଚିତ୍‌ ବୋଲି ଫୌସି କହିଛନ୍ତି। ତେବେ ଏହି ଟିକାକରଣ ପୂର୍ବରୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ସାରା ଦେଶରେ ତାଲାବନ୍ଦ ଘୋଷଣା କରାଯିବା ଦରକାର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories