www.samajalive.in
Sunday, December 7, 2025
26.1 C
Bhubaneswar

୮ ଏସୀୟ ସିଂହ କରୋନା ସଂକ୍ରମିତ

ହାଇଦରାବାଦ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଥିବାବେଳେ ଏବେ ଏହା ପ୍ରାଣୀଙ୍କୁ ସଂକ୍ରମିତ କରିଛି। ସ୍ଥାନୀୟ ନେହରୁ ପ୍ରାଣୀ ଉଦ୍ୟାନରେ ୮ଟି ଏସୀୟ ସିଂହ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ପ୍ରଥମ କରି ଭାରତରେ ପ୍ରାଣୀଙ୍କ ଠାରେ କରୋନା ସଂକ୍ରମଣ ହୋଇଛି। ପ୍ରାଣୀ ଉଦ୍ୟାନର ୪ଟି ମାଈ ଓ ୪ଟି ଅଣ୍ଡିରା ସିଂହଙ୍କ ଜ୍ବର ସହିତ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା। ଏପ୍ରିଲ ୧୯ରେ ଏହିସବୁ ସିଂହଙ୍କର ସ୍ବାବ ନମୁନା ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍‌ବି)କୁ ପରୀକ୍ଷା ପାଇଁ ପଠାଯାଇଥିଲା।

ସ୍ବାବ ନମୁନାର ଆରଟି-ପିସିଆର ପରୀକ୍ଷା ପରେ ଏହା ସଂକ୍ରମିତ ଥିବା ଜଣାପଡିଛି। ସିଂହଗୁଡିକ ଏବେ ସୁସ୍ଥ ହେଉଛନ୍ତି। ସିସିଏମ୍‌ବି ନିର୍ଦେଶକ ଡାକ୍ତର ରାକେଶ ମିଶ୍ର କହିଛନ୍ତି ଯେ ସଂକ୍ରମିତ ପ୍ରାଣୀଙ୍କ ମୁହଁରୁ ନମୁନା ସଂଗ୍ରହ ପାଇଁ କୁହାଯାଇଛି। ସିଂହଙ୍କ ତତ୍ତ୍ବାବଧାନରେ ଥିବା ବ୍ୟକ୍ତିଙ୍କ ଠାରୁ ସେମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories