www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଧା ହେବେ ‘ଫୋନ୍-ପ୍ରେମିକ’: ୧୦୪କୁ ଫୋନ୍ କରି କହିଥିଲେ- ଆଇ ଲଭ୍ ୟୁ

ଭୁବନେଶ୍ବର(ବ୍ୟୁରୋ): ଆଉ ରକ୍ଷା ନାହିଁ । ଏଥର ଫୋନ ପ୍ରେମିକଙ୍କୁ ଅପେକ୍ଷା କରିଛି ଥାନା ହାଜତ । କରୋନା ସଂକ୍ରାନ୍ତ ସ୍ବାସ୍ଥ୍ୟ ସୂଚନା, ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ହେଲ୍ପ ଲାଇନ ନମ୍ବର ୧୦୪କୁ ଫୋନ୍ କରି ସୂଚନାଦାତ୍ରୀଙ୍କୁ ‘ଆଇ ଲଭ୍ ୟୁ’ କହିଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ରାଜଧାନୀର ସହିଦନଗର ଥାନାରେ ୩୮ ଜଣ ଏପରି ବଦମାସଙ୍କ ବିରୋଧରେ ମାମଲାରୁଜୁ କରିଛି ପୁଲିସ ।

୧୦୪ ପରି ଜରୁରୀ ସେବାକୁ କିଛି ଲୋକ ନିଜର ମନୋରଞ୍ଜନ ମାଧ୍ୟମ ରୂପେ ବ୍ୟବହାର କରିଥିଲେ । କିଏ କହୁଥିଲା ମୁଁ ତୁମକୁ ଭଲ ପାଏ, କିଏ ପଚାରୁଥିଲା- ତୁମ ନାଁ କଣ? କିଏ ପୁଣି କହୁଥିଲା ଡ଼ାଲି ବଘାରିବା ବେଳେ ମୋତେ ଛିଙ୍କ ହେଉଛି । ଏପରି ଘଟଣାକୁ ନେଇ କଠୋର ହୋଇଛି ପୁଲିସ ପ୍ରଶାସନ । ୧୦୪କୁ ଦୈନିକ ହଜାର ହଜାର ଫୋନ୍ କଲ୍ ଆସୁଥିବାବେଳେ ଏପରି କିଛି ବଦମାସଙ୍କ ଯୋଗୁଁ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା ଯୁବକଯୁବତୀମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ଏପରିକି  କେବଳ ଗୋଟିଏ ନମ୍ବରରୁ ୧୦୪କୁ ସର୍ବାଧିକ ୨୭୯ ଥର କଲ୍ ଆସିଥିବା ସୂଚନା ମିଳିଥିଲା ।   କରୋନା ଭଳି ମାରାତ୍ମକ ଭୂତାଣୁର ସଂକ୍ରମଣ ରୋକିବା ସହ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରୁଥିବା ଏହି ନମ୍ବରକୁ କିଛି ଅସାମାଜିକ ବ୍ୟକ୍ତିମାନେ କଲ୍ କରି ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଥଲା ।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories