www.samajalive.in
Saturday, December 6, 2025
17.1 C
Bhubaneswar

ବାରାଣାସୀରେ ପ୍ରଥମ ଥର ପାଇଁ ଗଙ୍ଗା ଏତେ ସ୍ବଚ୍ଛ

ବାରାଣାସୀ : ୨୦୧୪ ଏପ୍ରିଲ ୨୪ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ କ୍ଷମତାକୁ ଆସିଲେ ପୁନର୍ବାର ଗଙ୍ଗାକୁ ପରିଷ୍କାର ଏବଂ ପରିମଳ କରିବେ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ସେହି ବର୍ଷ ମେ ମାସରେ ମୋଦୀ କ୍ଷମତା ଗ୍ରହଣ କରିଥିଲେ। ତାହାର ଠିକ୍ ମାସେ ପରେ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ମୋଦୀ ନାମାମି ଗଙ୍ଗା ଯୋଜନା ଆରମ୍ଭ କରିଥିଲେ। ୮ ହଜାର କୋଟିରୁ ଅଧିକ ବ୍ୟୟ ଅଟକଳରେ ଗଙ୍ଗା ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ବିଶେଷ ସୁଫଳ ମିଳିନଥିଲା।
କିନ୍ତୁ ଲକଡାଉନର ୨୮ ଦିନ ପରେ ମୋଦୀଙ୍କ ଇଚ୍ଛା ପୂରଣ ହେବା ଭଳି ଦେଖାଯାଉଛି। ଗଙ୍ଗା ଘାଟରେ ସ୍ୱଚ୍ଛ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କେନ୍ଦ୍ର ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ଏବଂ ଏନଜିଓଗୁଡ଼ିକ ମଧ୍ୟ ସମାନ ତଥ୍ୟ ପ୍ରଦାନ କରିଛନ୍ତି।

ସଙ୍କଟ ମୋଚାନ୍ ଫାଉଣ୍ଡେସନର ସ୍ବଚ୍ଛ ଗଙ୍ଗା ରିସର୍ଚ୍ଚ ଲାବୋରେଟୋରୀ ପକ୍ଷରୁ କୁହାଯାଇଛି ଯେ, ଗଙ୍ଗାର ଜଳ ସ୍ତରରେ ଉନ୍ନତି ଘଟିଛି। ଏହାର ସଭାପତି ତଥା ବିଏଚୟୁ ପ୍ରଫେସର ବିଶମ୍ବର ନାଥ ମିଶ୍ର କହିଛନ୍ତି ଯେ, ମାର୍ଚ୍ଚ ୬ ଏବଂ ଏପ୍ରିଲ ୪ରେ କାଶୀର ଦୁଇଟି ଘାଟରୁ ଜଳ ନମୁନା ନେଇଥିଲେ। ଏପ୍ରିଲ ୪ରେ ନିଆଯାଇଥିବା ଜଳର ରିପୋର୍ଟ ଉତ୍ତମ ମାନର ଆସିଛି।
ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ ବିଶେଷଜ୍ଞ ବିଏଚୟୁ ପ୍ରଫେସର ବିଡି ତ୍ରିପାଠୀ କାଶୀ କହିଛନ୍ତି ଯେ, ସହରରେ ସର୍ବଦା ପ୍ରାୟ ଏକ ଲକ୍ଷ ତୀର୍ଥଯାତ୍ରୀ ଚଳପ୍ରଚଳ କରନ୍ତି। କିନ୍ତୁ ବର୍ତ୍ତମାନ ସେଭଳି ଭିଡ ନାହିଁ। କାଶୀରେ ମୃତଦେହ ଜଳାଯିବା ମଧ୍ୟ ୪୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହା ବ୍ୟତୀତ କାଶୀ ଏକ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇଛି। ରେଶମ କପଡା, ପରଫ୍ୟୁମ୍ ତିଆରି ସହିତ ଏଠାରେ ଅନେକ ଶିଳ୍ପ କାରଖାନା ରହିଛି। କିନ୍ତୁ ବର୍ତ୍ତମାନ ଏସବୁ ବନ୍ଦ ହୋଇ ପଡିଛି। ତେଣୁ ଶିଳ୍ପରୁ ବହାରୁଥିବା ରାସାୟନିକ ପଦାର୍ଥ ଗଙ୍ଗାରେ ମିଶୁନାହିଁ। ଏହିସବୁ କାରଣରୁ ଜଳ ସ୍ତରରେ ଉନ୍ନତି ଆସୁଛି।

- Advertisement -

ସେ ଆହୁରି କହିଛନ୍ତି ଯେ, କେତେକ ସ୍ଥାନରେ ଗଙ୍ଗା ସହ ଡ୍ରେନ୍ ସଂଯୋଗ ହୋଇଛି। ଯଦି ଗଙ୍ଗାରେ ଡ୍ରେନ୍ ସଂଯୋଗ ହୋଇନଥାନ୍ତା, ତେବେ ଗଙ୍ଗା ଜଳ ୩୦ ପ୍ରତିଶତରୁ ଅଧିକ ପରିଷ୍କାର ହୋଇଥାନ୍ତା। ୩୫୦ ଡ୍ରେନରୁ ପ୍ରତିଦିନ ୩୫୦ ନିୟୁତ ଲିଟରରୁ ଅଧିକ ମଇଳା ପାଣି ଡ୍ରେନ୍ ଦେଇ ଗଙ୍ଗାରେ ମିଶିଥାଏ। ଯେତେବେଳେ ମେ ୪ରେ ଏହି ଘାଟଗୁଡିକର ପୁନର୍ବାର ଜଳ ନମୁନା ପରୀକ୍ଷା କରାଯିବ, ତାହା ଅଧିକ ପରିଷ୍କାର ହୋଇଯିବ ବୋଲି ପ୍ରଫେସର ବିଡି ତ୍ରିପାଠୀ କାଶୀ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories