www.samajalive.in
Saturday, December 6, 2025
19.1 C
Bhubaneswar

ଋଣଭାରରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନରେ ଉନ୍ନତି କରିବାକୁ ଇଚ୍ଛା ରହିଥାଏ। ବ୍ୟବସାୟ ହେଉ କି ଚାକିରୀ ହେଉ ଭଲ ରୋଜଗାର କରିବା ସମସ୍ତଙ୍କ ଇଚ୍ଛା ଥାଏ। ବେଳେବେଳେ ଜୀବନରେ ଏପରି ସ୍ଥିତି ଆସିଥାଏ ଯେଉଁ ସମୟରେ ଅନ୍ୟ କାହାଠାରୁ ଋଣ ନେବାକୁ ପଡିଥାଏ। ଋଣଭାରରୁ ବର୍ତ୍ତିବା ପାଇଁ ଘରେ ବାସ୍ତୁଶାସ୍ତ୍ରର କିଛି ଉପାୟ କରିବାକୁ ପଡିଥାଏ।

ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ..

- Advertisement -

ଘରର ଉତ୍ତର ଓ ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ। ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇବା ଅନୁଚିତ। ଏପରି କରିବା ଦ୍ବାରା ଘରେ ଆର୍ଥିକ ସ୍ଥିତି ଖରାପ ହୋଇଯାଏ।

ଘରର ଉତ୍ତର-ପୂର୍ବ ଦିଗର ଚଟାଣ ୨ରୁ ୩ଫୁଟ ଚଉଡା କରିବା ଉଚିତ। ଏହାସହ ଘରର ଉତ୍ତର ଦିଗ ତଳୁଆ ରହିବା ଆବଶ୍ୟକ। ଏପରି କରିବା ଦ୍ବାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି, କୂଅ ଓ ପାଣି କଳ ରଖିବା ଅନୁଚିତ। ଏପରି କରିବା ଦ୍ବାରା ଘରର ସଦସ୍ୟ ଦରିଦ୍ରତାର ଶିକାର ହୋଇଥାଆନ୍ତି।

ଘରର ପୂର୍ବ ଓ ଉତ୍ତର ଦିଗରେ ଓଜନିଆ ବସ୍ତୁ ରଖିବା ଅନୁଚିତ। ଗୃହ ତିଆରି କରିବା ବେଳେ ସର୍ବଦା ଘରର ଉତ୍ତର ଓ ଦକ୍ଷିଣ ଦିଗର କାନ୍ଥ ସିଧା କରିବା ଉଚିତ। ଏପରି କରିବା ଦ୍ବାରା ଧନଲାଭ ହୋଇଥାଏ।

ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଶୌଚାଳୟ କରିବା ଉଚିତ ନୁହେଁ। ଏହାସହ ଋଣ ଆଣିଥିଲେ ପ୍ରଥମେ ମଙ୍ଗଳବାର ଦିନ ସୁଧ ଦେଇ ଦେବା ଉଚିତ।

ଏହି ସମସ୍ତ ଉପାୟ ମାନିବା ଦ୍ବାରା ଋଣଭାରରୁ ରକ୍ଷା ପାଇ ପାରିବେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories