www.samajalive.in
Monday, December 15, 2025
15.1 C
Bhubaneswar

କୁନି ଆଦିତ୍ୟନାଥ ଓ ମଫଲର ମ୍ୟାନ୍‌

ନୂଆଦିଲ୍ଲୀ : ​ଏବେ ଲକ୍ଷ୍ନୌରେ କୁନି ଆଦିତ୍ୟନାଥ ଓ  ଦିଲ୍ଲୀରେ କୁନି ମଫଲର ମ୍ୟାନ୍ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ପଞ୍ଜାବରେ ଆପ୍‌ର ବିଜୟ ପରେ ଦିଲ୍ଲୀରେ ପୁଣି ଆବିର୍ଭାବ ହୋଇଛନ୍ତି କୁନି ମଫଲର୍‌ ମ୍ୟାନ୍‌ । ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟ ପରେ ଅଭ୍ୟାନ୍‌ ତୋମାର ନାମକ ଏହି ଶିଶୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ରୂପ ଧରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେ ପୁନର୍ବାର ସେହି କେଜରିୱାଲ ବେଶରେ ଦିଲ୍ଲୀସ୍ଥିତ ଆପ୍‌ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କେଜରିୱାଲଙ୍କ ପରି ସରୁ ନିଶ, ମେରୁନ୍‌ ରଙ୍ଗର ସ୍ବେଟର, ବେକରେ ଗଣ୍ଠି ପକା ମଫଲର, ଚଷମା ଓ ପଗଡ଼ି ପିନ୍ଧି ପହଞ୍ଚିଥିବା କୌତୂହଳ ସୃଷ୍ଟି କରିଛି; ତେବେ‌େ‌ ଏଥର ସେ ଆପ୍‌ ଟୋପି ପରିବର୍ତ୍ତେ ପଞ୍ଜାବୀ ପଗଡ଼ି ଓ ହାତକଟା ସ୍ବେଟର ବଦଳରେ ପୂରାହାତ ସ୍ବେଟର ପିନ୍ଧିଥିବା ନଜରକୁ ଆସିଛି। ଆପ୍ କର୍ମୀ ତାଙ୍କୁ ସ୍ବାଗତ କରିଛନ୍ତି।

ସେହିପରି  ଦିଲ୍ଲୀର କୁନି ମଫଲର୍‌ ମ୍ୟାନ୍‌ଙ୍କୁ ଅନୁସରଣ କରି ଲକ୍ଷ୍ନୌରେ କୁନି ଯୋଗୀ ଆଦିତ୍ୟନାଥ ସାମ୍ନାକୁ ଆସିଛନ୍ତି। ତାଙ୍କ ହାତରେ ଯୋଗୀଙ୍କ ଶାସନ କାଳରେ ସର୍ବାଧିକ ଚର୍ଚ୍ଚିତ ‘ବୁଲ୍‌ ଡୋଜର’ ରହିଥିବା ଲକ୍ଷ୍ୟ କରାଯାଇଛି। କୁନି ବାଳକ ରବିଶ ଚତୁର୍ବେଦୀ ଯୋଗୀଙ୍କ ପରି ଲଣ୍ଡା ମୁଣ୍ଡ ଓ ମୁଣ୍ଡରେ ଚନ୍ଦନ ଚିତା, ଗୈରିକ ବସ୍ତ୍ର, କାନ ଫାଶିଆ ପିନ୍ଧି ଲକ୍ଷ୍ନୌସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟ ସମ୍ମୁଖରେ ପରିବାର ସହ ପହଞ୍ଚିଥିଲେ। ତାଙ୍କ ପିଠିରେ ‘ମୁଁ ଯୋଗୀ, ମୋଦିଜୀ ଉତ୍ତର ପ୍ରଦେଶ ବିଜୟ ପରିପ୍ରେକ୍ଷୀରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି’ ବୋଲି ଲେଖାଥିଲା। ଏଥିସହିତ ‘ମୁଁ ହିନ୍ଦୁ ଭାବେ ଗର୍ବିତ, ବୁଲ୍‌ ଡୋଜର ଅଟକିବ ନାହିଁ’ ଆଦି ମଧ୍ୟ ଲେଖାଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories