www.samajalive.in
Sunday, December 7, 2025
14.1 C
Bhubaneswar

ଭଗବାନ ହନୁମାନଙ୍କ ସହ କଥା ହେଉଛି କୁନି ପିଲା ! ଭିଡିଓ ଭାଇରାଲ…

ଅଯୋଧ୍ୟା : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଛି । ସମସ୍ତେ ରାମଲାଲାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି । କେଉଁଠି ଡିଜିଟାଲ ଝୋଟି ପଡିଛି ତ ଆଉ କେଉଁଠି ଲାଇଟରେ ସୁନ୍ଦର ତୋରଣ ପ୍ରସ୍ତୁତ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଭକ୍ତଙ୍କ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜି ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କ ଜଣେ କୁନି ଭକ୍ତର ଭିଡିଓ ଇଣ୍ଟରନେଟରେ ଘୁରିବୁଲୁଛି । ମାତ୍ର କିଛି ସମୟରେ ଭିଡିଓକୁ ୧୧ ହଜାର ଲାଇକ୍ ମିଳିଛି ।

 

- Advertisement -

ଭାଇରାଲ ଭିଡିଓରେ ଏକ ଛୋଟ ପିଲାଟି ଭଗବାନ ହନୁମାନଙ୍କ ଏକ କଣ୍ଢେଇ ସହିତ କଥା ହେଉଥିବା ନଜର ଆସୁଛି । ଭିଡିଓରେ ପିଲାଟି ହନୁମାନଙ୍କ କଣ୍ଢେଇକୁ ଧରି କହୁଛି କି ‘ତୁମେ ରାବଣ ପାଖକୁ ଯାଇଥିଲ…. ସେ ତୁମ ଲାଞ୍ଜରେ ନିଆଁ ଲଗେଇଦେଲା…କିନ୍ତୁ ତମେ ବହୁତ ଷ୍ଟ୍ରଙ୍ଗ୍… ତମେ ତା ଲଙ୍କାରେ ନିଆଁ ଲଗେଇଦେଲ…’ । ଏମିତି ଅନେକ ସମୟ ଧରି ପିଲାଟି ହନୁମାନଙ୍କ କଣ୍ଢେଇ ଧରି କଥା ହେଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ଭିଡିଓଟି ସୋସିଆଲ ମିଡିଆରେ ଘୁରିବୁଲୁଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ସମସ୍ତେ ସେ କୁନି ଝିଅକୁ କ୍ୟୁଟ୍ ବୋଲି କହିବା ସହ ଜୟ ଶ୍ରୀ ହନୁମାନ ବୋଲି କମେଣ୍ଟ ଲେଖୁଛନ୍ତି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories