www.samajalive.in
Saturday, December 6, 2025
16.1 C
Bhubaneswar

ଜନ୍ମ ନେଲା ସବୁଠାରୁ ଛୋଟ ଶିଶୁ : ଓଜନ ମାତ୍ର ୩୭୫ ଗ୍ରାମ୍‍

ଦକ୍ଷିଣ ପୂର୍ବ ଏସିଆରେ ସବୁଠାରୁ ଛୋଟ ଶିଶୁ ଜନ୍ମ ନେଇଥିବା ବିଷୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି। ସୂଚନା ମୁତାବକ, ହାଇଦ୍ରାବାଦର ରେନ୍‍ବୋ ଡ଼ାକ୍ତରଖାନାରେ ଏକ ଛୋଟ ଶିଶୁକନ୍ୟା ଜନ୍ମ ନେଇଛି ଯାହାର ଓଜନ ହେଉଛି ମାତ୍ର ୩୭୫ ଗ୍ରାମ୍‍। ଏତେ କମ୍‍ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହେବା ଓ ସେ ଜୀବିତ ରହିବା କଥା ଖୋଦ୍‍ ଡ଼ାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ଏହି ଶିଶୁ ଛତିଶଗଡ଼ରେ ବାସ କରୁଥବା ନିକିତା ଓ ସୌରଭଙ୍କ କୋଳରେ ଜନ୍ମ ନେଇଛି। ତେବେ ବର୍ତ୍ତମାନ ସୁଦ୍ଧା ମାଆ ନିକିତା ଓ ଝିଅ ଚେରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପିତା ସୌରଭ ମଧ୍ୟ ଝିଅକୁ ଦେଖି ବହୁତ ଖୁସି ଥିବା ଜଣାପଡ଼ିଛି। ରେନ୍‍ବୋ ଗ୍ରୁପ୍‍ ଅଫ୍‍ ହସ୍ପିଟାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ଼ା. ରମେଶ କଞ୍ଚାର୍‍ଲାଙ୍କ କହିବା ଅନୁସାରେ ଏହି ପ୍ରିମ୍ୟାଚୁଅର୍‍ ବେବି( ନିର୍ଦ୍ଦିଷ୍ଟ ସମୟ ପୁର୍ବରୁ ଜନ୍ମ ହୋଇଥିବା ଶିଶୁ)ର ଜନ୍ମ କେବଳ ମାତ୍ର ୨୫ ସପ୍ତାହ ମଧ୍ୟରେ ହୋଇଛି। ତାଙ୍କ କହିବା ଅନୁସାରେ ଏହି ଶିଶୁକନ୍ୟାର ଜନ୍ମ ନିର୍ଦ୍ଧାରିତ ସମୟର ୪ ମାସ ପୂର୍ବରୁ ହୋଇଛି। ଏହି ଶିଶୁର ଲମ୍ବ ୨୦ ସେଣ୍ଟିମିଟର, ଯାହାକୁ ହାତ ପାପୁଲିରେ ଧରିହେଉଛି। ଡ଼ାକ୍ତର ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଶିଶୁଟି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories