www.samajalive.in
Saturday, December 6, 2025
14.1 C
Bhubaneswar

ଅବହେଳିତ ଲିଟିବୁଣ୍ଡେଲ ଗାଁ; ବିଜୁଳି ଓ ପାନୀୟ ଜଳ ସାତ ସପନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୧୨ କିମି ଦୂରରେ ଅବସ୍ଥିତ ଲିଟିବୁଣ୍ଡେଲ ଗାଁ। ଉଚ୍ଚ ଶିକ୍ଷା, ପାନୀୟଜଳ, ବିଜୁଳି  ସବୁ ଦୃଷ୍ଟିରୁ  ଅବହେଳିତ ହୋଇ ରହିଛି ଏହି ଗାଁ । କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ଏକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗାଁ ଲିଟିବୁଣ୍ଡେଲରେ ୧୨୦ଟି  ପରିବାର ବସବାସ କରୁଥିବାବେଳେ ଏହି ଗାଁ ସମସ୍ୟା ଘେରରେ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ବଣ ପାହାଡ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କିପରି ଜୀବନ ଯାପନ କରୁଛନ୍ତି ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି, ଏମାନଙ୍କ ପାଇଁ ସରକାର ଓ ପ୍ରଶାସନର ଦରଦ କେତେ ଏସବୁ ବିଷୟ ବଖାଣୁଛି ଅପହଞ୍ଚ ଗାଁ ଲିଟି ବୁଣ୍ଡେଲ । ଆଜିକୁ ଦୀର୍ଘ ବର୍ଷ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ, ବିଜୁଳି ଓ ଉଚ୍ଚ ଶିକ୍ଷା । ଗ୍ରାମରେ ୨ ଗୋଟି ନଳକୂପ ଅଚଳ ଭାବେ ଆଜକୁ ୭ ବର୍ଷ ହେଲା ପଡିରହିଛି। ତେଣୁ ଗ୍ରାମ ନିକଟସ୍ଥ ଝରଣାର ଦୁଇ ପାଖରେ କୁଣ୍ଡ କରି ସେଠାରୁ ବାହାରି ଥିବା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଲୋକେ। ବର୍ଷା ଦିନେ ପାଣି ଗୋଳିଆ ହେଉଥିବାବେଳେ ଖରା ଦିନେ ଝରଣା ପାଣି ସୁଖି ଯାଉଛି। ଏନେଇ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଝରଣାରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ସେମାନଙ୍କ ଶରୀରରେ ରୋଗ ଘର କରି ରହିଛି ।
ଏହି ଗାଁକୁ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନଥିବାବେଳେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଗାଁରେ ବିଜୁଳି ସଂଯୋଗ ହୋଇପାରି ନାହିଁ। ଫଳରେ ଆଜିବି ଛାତ୍ରଛାତ୍ରୀମାନେ ଡିବିରି ଆଲୁଅରେ ପାଠ ପଢୁଛନ୍ତି। ମନରେଗା କିମ୍ବା ଅନ୍ୟ କୌଣସି ଯୋଜନା ଏମାନଙ୍କ ହାତକୁ ଠିକ୍ ଭାବେ କାମ ଦେଇପାରିଲା ନାହିଁ । ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଉଥିବା ଏହି ଗ୍ରାମବାସୀଙ୍କୁ ମାଟିର ମୋହ ଗାଁରେ ବାନ୍ଧି ରଖିପାରିନି । ଏହି ଗାଁରୁ ବର୍ତ୍ତମାନ ୨୦ରୁ ଅଧିକ ପରିବାର ବିଭିନ୍ନ ରାଜ୍ୟରେ ଦାଦନ ଖଟିବାକୁ ଯାଇଛନ୍ତି। ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଅଛି। ଗାଁର ଛାତ୍ରଛାତ୍ରୀମାନେ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଛାତ୍ରମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଲାଞ୍ଜିଗଡ ଏସଏସଡି ସ୍କୁଲରେ ପଢ଼ୁଥିବା ନବମ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ହରିଜନ କିଛି ମାସ ହେଲା କେରଳ ରାଜ୍ୟକୁ ଯାଇଥିବାବେଳେ ଏକ ମାସ ହେଲା ଦଶମ ଶ୍ରେଣୀର ଛାତ୍ର ଉପେନ୍ଦ୍ର ହରିଜନ ମଧ୍ୟ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି। କାରଣ ଅନୁସୂଚିତ ଜନଜାତି ପାଇଁ ସରକାର ହଷ୍ଟେଲ ସୁବିଧା ଯୋଗାଇ ଦେଇଥିବାବେଳେ ଅନୁସୂଚିତ ଜାତି ପାଇଁ ହଷ୍ଟେଲ ସୁବିଧା ନାହିଁ। ଯାହା ଫଳରେ ଛାତ୍ରଛାତ୍ରୀ ୭ କିମି ଦୂର ବାଟ ତିନିଟି ପାହାଡ଼, ଦୁଇଟି ନାଳ ଅତିକ୍ରମ କରି ଲାଞ୍ଜିଗଡ ଏସଏସଡି ହାଇସ୍କୁଲକୁ ଯାଇଥାନ୍ତି। ପାହାଡ ପର୍ବତ ଦେଇ ଯିବା ସମୟରେ ପାଦେ ପାଦେ ବିପଦ ଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories