www.samajalive.in
Sunday, December 14, 2025
23.1 C
Bhubaneswar

ନିର୍ବାଚନ ଲଢ଼ି ପାରିବେନି ୧୦୬୯, ଓଡିଶାରୁ ଅଛନ୍ତି ୩୫ ଜଣ

ଡେସ୍କ: ଭାରତୀୟ ନିର୍ବାଚନ ଆୟୁକ୍ତ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୦ଏ ଅନୁଯାୟୀ ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ଜାରି କରିଛନ୍ତି। ଅଯୋଗ୍ୟ ଘୋଷିତ ବ୍ୟକ୍ତି ମାନେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଅଯୋଗ୍ୟ ଘୋଷିତ ବ୍ୟକ୍ତିଙ୍କ ନାମ ସେହି ତାଲିକାରେ ରହିଛି।

ଓଡ଼ିଶା ବିଧାନସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ

- Advertisement -

ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରିଟର୍ଣ୍ଣିଂ ଅଫିସର ଏବଂ ଅନ୍ୟ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସେହି ତାଲିକା ଅନୁଯାୟୀ ସାରା ଦେଶରେ ମୋଟ ୧ ହଜାର ୬୯ ଜଣ ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଓଡିଶାରୁ ଏହି ତାଲିକାରେ ୩୫ ଜଣ ଅଛନ୍ତି।

ଓଡ଼ିଶାରେ ଲୋକସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ

ଏହି ତାଲିକାରେ ବିହାରରୁ ସର୍ବାଧିକ ୨୩୭ ଜଣ ଥିବା ବେଳେ ଉତ୍ତର ପ୍ରଦେଶରୁ ୧୨୧ ଓ ତେଲେଙ୍ଗାନାରୁ ୧୦୭ ଜଣ ରହିଛନ୍ତି। ତାଲିକା ଅନୁଯାୟୀ ମଧ୍ୟପ୍ରଦେଶରୁ ୭୯, କର୍ଣାଟକରୁ ୭୫, ଛତିଶଗଡ଼ରୁ ୭୩, ହରିୟାଣାରୁ ୫୫, ଆନ୍ଧ୍ର ପ୍ରଦେଶରୁ ୫୧, କେରଳରୁ ୪୩, ତାମିଲନାଡ଼ୁରୁ ୨୭, ଝାଡ଼ଖଣ୍ଡରୁ ୨୬, ଉତ୍ତରାଖଣ୍ଡରୁ ୨୪, ଦିଲ୍ଲୀରୁ ୨୧, ମହାରାଷ୍ଟ୍ରରୁ ୧୮, ରାଜସ୍ଥାନରୁ ୧୮, ପଶ୍ଚିମବଙ୍ଗରୁ ୧୭, ଆସାମରୁ ୧୧, ଗୁଜରାଟରୁ ୯, ହିମାଚଳ ପ୍ରଦେଶରୁ ୯, ପଞ୍ଜାବରୁ ୭, ଆଣ୍ଡାମାନରୁ ୫ ଓ ଲାକ୍ଷାଦ୍ଵୀପରୁ ଜଣେ ଅଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories