www.samajalive.in
Saturday, December 6, 2025
16.1 C
Bhubaneswar

ଅବକାରୀ ନୀତିରେ ହେବ ସଂଶୋଧନ: ରାଜ୍ୟରେ ନିଷିଦ୍ଧ ହେବ ମଦ

ଭୁବନେଶ୍ୱର : ଗୁଜରାଟ ଓ ବିହାର ପରି ଓଡ଼ିଶାରେ ବିଜେପି ସରକାର ମଦ ନିଷିଦ୍ଧ କରିବେ। ରାଜ୍ୟରେ ମଦ ବିକ୍ରି ବନ୍ଦ ପାଇଁ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ କହିଛନ୍ତି। ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସମାଜରେ ହିଂସା ସୃଷ୍ଟି ହେଉଛି। ପରିବାରରେ ଅଶାନ୍ତି ଦେଖାଦେଉଛି। ମଦ୍ୟପାନ ଯୋଗୁଁ ଅଧିକ ଦୁର୍ଘଟଣା ଘଟିବା ସହିତ ଅପରାଧ ବି ବଢୁଛି। ଏହାକୁ ଦୃଷ୍ଟିରେ ରଖି ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ କରିବା ବିଜେପି ସରକାରଙ୍କ ଲକ୍ଷ୍ୟ। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। ନିଶା କାରବାର ହ୍ରାସ କରାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ଏନେଇ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ସହାୟକ ହେବ ବୋଲି ମନ୍ତ୍ରୀ ଗଣ୍ଡ କହିଛନ୍ତି। ସୂଚନାରୁ ପ୍ରକାଶ, ନିଶା କାରବାର ବଢିବା ଯୋଗୁଁ ଅପରାଧ ବି ବଢୁଛି। ରାଜ୍ୟରେ ନିଶା କାରବାର ବଢିବା ଯୋଗୁଁ ଶିକ୍ଷିତ ଯୁବବର୍ଗ ଏବେ ନିଶା ଦ୍ବାରା କବଳିତ ହେଲେଣି। ଅଧିକାଂଶ ଶିକ୍ଷିତ ଯୁବକ ନିଶା କାରବାର କରି ଧରାପଡୁଛନ୍ତି। ନିଶା ଯୋଗୁଁ ଶିକ୍ଷିତ ଯୁବକମାନେ ପଥଭ୍ରଷ୍ଟ ହୋଇପଡୁଛନ୍ତି। ସୁନ୍ଦର ଭବିଷ୍ୟତ ଗଢିବା ବଦଳରେ ନିଶା ପାନ କରି ଅବାଟରେ ଚାଲିଯାଉଛନ୍ତି। ଏଥିପାଇଁ ଅନେକ ବାପାମା’ ଲୋକଲଜ୍ଜା ସହି ନ ପାରି ଆତ୍ମହତ୍ୟା କରୁଥିବା ଅନେକ ନଜିର ରହିଛି। ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରାନଗଲେ ବି ନିଶା କାରବାର ହ୍ରାସ କରିବା ଦିଗରେ ସରକାର କଠୋର ପଦକ୍ଷେପ ନେବେ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ରାଜ୍ୟରେ ବର୍ଷକରୁ ପ୍ରାୟ ୩୦୦୦ରୁ ୩୫୦୦କୋଟି ଟଙ୍କା ଅବକାରୀ ରାଜସ୍ବ ଆଦାୟ ହେଉଛି। ଚୋରା ମଦ କାରବାର ରୋକିବା ସହିତ ମଦ ଉପରେ ଅଧିକ ଟିକସ ଲଗାଇବା ପାଇଁ ଅବକାରୀ ନୀତିରେ ସଂଶୋଧନ କରିବା ପାଇଁ ଚିନ୍ତା କରୁଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories