www.samajalive.in
Saturday, December 6, 2025
16.1 C
Bhubaneswar

ଓଠରଙ୍ଗ ପାଇଁ !

ସ୍ମାର୍ଟ ଯୁଗରେ ଅନ୍-ଲାଇନ୍‌ ସାଇଟ୍‌ରେ ବିଭିନ୍ନ କମ୍ପାନୀର ଭଳିକିଭଳି ରଙ୍ଗର ଲିିପ୍‌ଷ୍ଟିକ୍‌ ମିଳୁଛି। ଘରେ ବସି ଏସବୁ ଆରାମରେ ଆଜିକାଲିର ଯୁବତୀ ଓ ମହିଳା ବରାଦ୍ କରୁଛନ୍ତି। ଅନେକ ବର୍ଷ ତଳେ ଏଇ ଲିିପଷ୍ଟିକ୍‌ର ଦର ବେଶ୍ ମହଙ୍ଗା ଥିଲା। ଇଜିପ୍ଟର ସୁନ୍ଦରୀମାନେ ଗଛ ପତ୍ର ଓ ଫଳକୁ ଚକଟି ଏହାର ରସକୁ ଓଠରେ ଲିପ୍‌ଷ୍ଟିକ୍ ଭଳି ଲଗାଉଥିଲେ। ୧୪୦୦ ଖ୍ରୀଷ୍ଟାବ୍ଦବେଳକୁ ରୋମ୍‌, ଇଟାଲୀରେ ମହିଳାମାନେ ଲିପ୍‌ଷ୍ଟିକ୍ ଲଗାଇବା ଆଭିଜାତ୍ୟ ପରିଚୟ ଭାବେ ଜଣାଯାଉଥିଲା। ପ୍ରାଚୀନ ଭାରତରେ ମଧ୍ୟ ମହିଳାଙ୍କ ଗହଣରେ ଏଇ ଲିପ୍‌ଷ୍ଟିକ୍‌ର ଆଦର କିଛି କମ୍ ନଥିଲା। ପାଶ୍ଚାତ୍ୟ ଦେଶରୁ ରାଜାଘର, ଜମିଦାର ଘରର ଝିଅମାନେ ଲିପ୍‌ଷ୍ଟିକ୍ ମଗାଉଥିଲେ। ସହଜରେ ଏହା ମିଳୁନଥିବାରୁ ଲିପ୍‌ଷ୍ଟିକ୍ ପାଇଁ ସେମାନେ ଦେଶୀ ପ୍ରୟୋଗ କରୁଥିଲେ। ଯେପରି ଅଧିକାଂଶ ପାନ ଖାଇ ଓଠକୁ ରଙ୍ଗ କରୁଥିବାବେଳେ ଗୋଲାପ ଫୁଲକୁ ବାଟି ମଧ୍ୟ ଲିପ୍‌ଷ୍ଟିକ୍ ଭଳି ଲଗାଉଥିଲେ। ଗତ କିଛି ବର୍ଷ ମଧ୍ୟରେ ଲିପ୍‌ଷ୍ଟିକ୍ ବ୍ୟବସାୟ କୋଟିକୋଟି ଟଙ୍କାରେ ପହଞ୍ଚିଛି। ଦେଶୀ-ବିଦେଶୀ ବ୍ରାଣ୍ଡ ଅନ୍-ଲାଇନ୍‌ ସାଇଟ୍‌ରେ ମିଳିବା ସହ କର୍ମଜୀବୀ ମହିଳା ନିୟମିତ ଲିପ୍‌ଷ୍ଟିକ୍ ଲଗାଇବାକୁ ପସନ୍ଦ କରିଥାନ୍ତି। ଭାରତରେ ୬୧% କର୍ମଜୀବୀ ଲିପ୍‌ଷ୍ଟିକ୍ ଲଗାଉଥିବାବେଳେ ନିଜ ହ୍ୟାଣ୍ଡ ବ୍ୟାଗ୍‌ରେ ଏହା ରଖିବାକୁ ଜରୁରୀ ମନେକରନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories