www.samajalive.in
Saturday, December 6, 2025
26.1 C
Bhubaneswar

ରାଣୀଙ୍କ ଜୀବନ ବଞ୍ଚାଇଥିଲେ ଭୃତ୍ୟଙ୍କୁ ମିଳିଥାନ୍ତା ମୃତ୍ୟୁ ଦଣ୍ଡ!

୧୮୮୦ର ଘଟଣା, ସେତେବେଳେ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରରେ ରାଜାରାଜୁଡ଼ା ଶାସନ ଚାଲିଥାଏ। ରାଜପରିବାରର ସମସ୍ତ ନିୟମକୁ ଭୃତ୍ୟମାନେ ପାଳିବା କଡ଼ା ନିୟମ, ନଚେତ୍ ସେମାନଙ୍କୁ କଠୋର ଦଣ୍ଡ ମିଳେ। ଥାଇଲାଣ୍ଡର ସିଆମ୍‌ ରାଜାଘରର ଏଇ ଘଟଣା, ଯୁବରାଣୀ ସୁନନ୍ଦା କୁମାରୀରତ୍ନ ୧୮ ବର୍ଷ ବୟସରେ ଯୁବରାଜ ଚୁଲାଲୋଙ୍ଗକର୍ଣ୍ଣଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ପରେ ଦୁହେଁ କନ୍ୟାସନ୍ତାନର ବାପା-ମା ହେଲେ, ରାଜପରିବାରରେ ସମସ୍ତେ ଏଇ ନୂତନ ଅତିଥିର ସ୍ବାଗତ ବେଶ୍ ଆଡ଼ମ୍ବରରେ କଲେ। ରାଜକୁମାରୀଙ୍କୁ ୬ ମାସ ହେବା ପରେ ଯୁବରାଣୀ ପ୍ରତ୍ୟେକ ରାଜକାର୍ଯ୍ୟରେ ଯୋଗ ଦେବା ଆରମ୍ଭ କଲେ। ଥରେ ଯୁବରାଣୀଙ୍କୁ କୌଣସି ଏକ କାମ ପାଇଁ ନଦୀ ପାର ହୋଇ ଅନ୍ୟ ସହରକୁ ଯିବାକୁ ହେଲା। ସାଥିରେ ତାଙ୍କ ବର୍ଷକର ଝିଅ, ଦାସଦାସୀ ୬ଜଣ ଯାତ୍ରା କଲେ। ଯୁବରାଣୀ ସୁନନ୍ଦା ସେଇ ସମୟରେ ଦ୍ବିତୀୟଥର ଗର୍ଭବତୀ ଥାନ୍ତି, ନଦୀ ପାର ହେଉଥିବା ସମୟରେ ​‌େ​‌ନୗକା ଦୁର୍ଘଟଣାଗ୍ରସ୍ତ ହେଲା। କୁନି ଝିଅକୁ କୋଳରେ ଧରି ଯୁବରାଣୀ ସାହାଯ୍ୟ ପାଇଁ ବିକଳରେ ଚିତ୍କାର କରୁଥାନ୍ତି, ହେଲେ କେହି ତାଙ୍କ ପାଖକୁ ଆସୁନଥାନ୍ତି। ସିଆମ୍ ରାଜପରିବାର ନିୟମ ଅନୁସାରେ, ଯୁବରାଣୀଙ୍କୁ କେହି ସ୍ପର୍ଶ କରିବେନି; ସ୍ପର୍ଶ କଲେ ମୃତ୍ୟୁ ଦଣ୍ଡ। ଯୁବରାଣୀ ପହଁରା ମଧ୍ୟ ଜାଣିନଥିଲେ, ସାହାଯ୍ୟ ପାଇଁ ବିକଳ ହୋଇ ଶେଷରେ ସେ ଓ ତାଙ୍କ କୁନି ଝିଅ ପାଣିରେ ବୁଡ଼ି ପ୍ରାଣ ହରାଇଲେ। ଘଟଣାଟି ପରେ ଲୋକଲୋଚନକୁ ଆସିଥିଲା, କିନ୍ତୁ ରାଜାଘରର ସଦସ୍ୟ କଥା ଲୁଚାଇବାକୁ ଉଦ୍ୟମ କରିଥିଲେ। ଏବେ ମଧ୍ୟ ଏ ସଂକ୍ରାନ୍ତରେ ରାଜପରିବାରର ଉତ୍ତର ପିଢ଼ି କୌଣସି ମନ୍ତବ୍ୟ ଦେବାକୁ ଉଚିତ୍ ମଣିନଥାନ୍ତି। ଏଇ ନୌକା ଯାତ୍ରାରେ ଥିବା ଭୃତ୍ୟମାନେ ହିଁ ଯୁବରାଣୀଙ୍କ ମୃତ୍ୟର ଅଙ୍ଗେନିଭା କଥାକୁ ପରେ ଅନ୍ୟମାନଙ୍କୁ କହିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories