www.samajalive.in
Saturday, December 6, 2025
26.1 C
Bhubaneswar

ରେସ୍ତୋରାଁରେ ଗ୍ରାହକ ମାଛ ଧରନ୍ତି !

ଜାପାନୀଲୋକ ମାଛ ବ୍ୟଞ୍ଜନ ପ୍ରିୟ, ସେମାନଙ୍କ ସୁସ୍ଥ ଜୀବନଶୈଳୀର ଏହା ଅନ୍ୟତମ ରହସ୍ୟ ବୋଲି ବିଶେଷଜ୍ଞଙ୍କ ମତ। ଜାପାନର ଛୋଟରୁ ବଡ଼ ଫୁଡ୍ ମାର୍ଟରେ ସତେଜ ମାଛର ପସରା ଦେଖିବାକୁ ମିଳେ। ମାଛରେ ସେଠା ରେସ୍ତୋରାଁରେ ଶତାଧିକ ବ୍ୟଞ୍ଜନ ମେନୁରେ ଥାଏ। କେବଳ ମେନୁ ଓ ସ୍ବାଦରେ ନୁହେଁ, ବରଂ ବ୍ୟବସାୟିକ ବୁଦ୍ଧିରେ ମଧ୍ୟ ସେମାନେ ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି। ସେଠା ରାଜଧାନୀ ଟୋକିଓରେ ଏକ ବଡ଼ ରେସ୍ତୋରାଁ ‘ଜାଓ ଫିସିଙ୍ଗ୍ ରେସ୍ତୋରାଁ’। ଦୈନିକ ଏଇ ରେସ୍ତୋରାଁରେ ଶହଶହ ଗ୍ରାହକଙ୍କ ଭିଡ଼ ଲାଗେ। ଖାଦ୍ୟ ତ ଏଠାକାର ବେଶ୍ ସୁଆଦିଆ, ଗ୍ରାହକ ଭିଡ଼ ଲଗାଇବାର କାରଣ ହେଲା ସେମାନେ ନିଜେ ମାଛ ଧରନ୍ତି। ଏକ ଭିନ୍ନ ଡିଜାଇନ୍‌ରେ ତିଆରି ଏଇ ରେସ୍ତୋରାଁରେ ଗ୍ରାହକ ବସିବା ସ୍ଥାନ ପାଖରେ ଲମ୍ବା ପୁଲ୍‌ଟେ ରହିଛି। ବିଭିନ୍ନ ପ୍ରଜାତିର ମାଛ ଓ ସାମୁଦ୍ରିକ ଜୀବନ ଏଥିରେ ଚଳପ୍ରଚଳ କରୁଥାନ୍ତି। ଗ୍ରାହକ ନିଜ ମନ ମୁତାବକ ମାଛକୁ ବାଛି ଫିସିଙ୍ଗ୍‌ ରଡ୍‌ରେ ଧରନ୍ତି। ପରେ ରେସ୍ତୋରାଁର ସେଫ୍‌ଙ୍କ ପାଖକୁ ନେଇ ମାଛ ରନ୍ଧା ମଧ୍ୟ ଦେଖନ୍ତି। ଏଭଳି ସୁବିଧା ପାଇଲେ ଗ୍ରାହକଙ୍କ ଭିଡ଼ ବଢ଼ିବା ସ୍ବାଭାବିକ। ୨୦୧୬ରେ ରେସ୍ତୋରାଁ ଆରମ୍ଭ ହୋଇଥିଲା, କେବଳ ମାଛ ଧରା ସହ ସଜ ମାଛ ରନ୍ଧା ଖାଇବାକୁ ଏଠି ଗ୍ରାହକଙ୍କ ଭିଡ଼ ଲାଗେ। ଦେଶବିଦେଶରୁ ପର୍ଯ୍ୟଟକ ମଧ୍ୟ ଏଇ ବିଚିତ୍ର ଅନୁଭୂତିର ମଜା ନେବା ପାଇଁ ଆସୁଥିବାର ରେସ୍ତୋରାଁ ମାଲିକ କହିଛନ୍ତି। ଜାପାନରେ ଏହିଭଳି ସୁବିଧା ଦେଉଥିବା ଏହା ଏକମାତ୍ର ରେସ୍ତୋରଁା। ଅଧିକ ଖର୍ଚ୍ଚ ହେଉଥିବାରୁ ମାଲିକମାନେ ଏସବୁ ଡିଜାଇନ୍ କରିବାକୁ ପସନ୍ଦ କରିନଥାନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories