www.samajalive.in
Saturday, December 6, 2025
15.1 C
Bhubaneswar

ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଦନ୍ତାହାତୀ ମୃତ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର : ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀବାରି ଓ ମାନେଶ୍ୱର ଷ୍ଟେସନ ମଝି ଭବାନୀପାଲିରେ ଏହି ଦୁର୍ଘଟଣା ପ୍ରାୟ ବିଳମ୍ବିତ ରାତି ୨ଟା୪ମିନିଟରେ ଘଟିଛି ବୋଲି ଜଣାପଡ଼ିଛି। ଟ୍ରେନଟି ଦନ୍ତାହାତୀକୁ ଧକ୍କା ଦେବା ପରେ ସାମ୍ନା ଇଞ୍ଜିନର ୬ଟି ଚକ ଲାଇନଚ୍ୟୁତ ହୋଇଯାଇଥିଲା। ଲାଇଚ୍ୟୁତ ସତ୍ତେ୍ୱ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଚାଳକ ଓ ସହ ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି। ଘଟଣାସ୍ଥଳରେ ବନବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମ୍ବଲପୁର ଡ଼ିଆରଏମ ଘଟଣାସ୍ଥଳରେ ପହଞ୍ଚି ଲାଇଚ୍ୟୁତର କାରଣ ଅନୁଧ୍ୟାନ କରିଛନ୍ତି ବୋଲି ଜଣାପଡ଼ିଛି। ଧାରଣା ସଠିକ ପରେ ସକାଳ ୭ଟା୨୪ ମିନିଟରେ ଟ୍ରେନଟି ଛାଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories