www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ହଠାତ୍‌ ମହିଳାଙ୍କୁ ଆକ୍ରମଣ କଲା ସିଂହୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଛାତିଥରା ସିସିଟିଭି ଫୁଟେଜ୍‌ର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଦେଖିଲେ ସଭିଏଁ ଆଶ୍ଚର୍ଯ୍ୟଚକିତ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖି ପାରିବେ, ଏକ ସିଂହୀ ପାକିସ୍ତାନର ଲାହୌର ବ୍ୟସ୍ତ ସଡକରେ ଜଣେ ମହିଳା ଓ ଶିଶୁଙ୍କ ଉପରେ ହଠାତ୍‌ ପାଚେରୀ ଡେଇଁ ଆସି ଆକ୍ରମଣ କରୁଛି । ଏହି ଘଟଣା ଲାହୌରର ଜୋହର ଟାଉନ ଅଞ୍ଚଳର । ମିଳିଥିବା ସୂଚନାନୁସାରେ, ଏକ ଫାର୍ମ ହାଉସ୍‌ରୁ ଏକ ପୋଷା ସିଂହୀ ହଠାତ୍‌ ଖସି ଆସି ପାଚେରୀ ଡେଇଁ ବ୍ୟସ୍ତବହୁଳ ରାସ୍ତାକୁ ପଳାଇଆସିଥିଲା। ସିଂହୀକୁ ରାସ୍ତାରେ ଦେଖି ହଠାତ୍‌ ସଭିଏଁ ଭୟଭୀତ ହେବା ସହ ହଇଚଇ ଓ ଚିତ୍କାର ଶୁଣାଯାଇଥିଲା।


ଭାଇରାଲ୍‌ ଫୁଟେଜରେ ଦେଖିପାରିବେ ରାତି ସମୟରେ କିଛି ଲୋକେ ରାସ୍ତାରେ ଯିବା ଆସିବା କରୁଛନ୍ତି । କିଛି ପରସ୍ପର ସହ କଥାବାର୍ତ୍ତା କରୁଛନ୍ତି । ସେହି ସମୟରେ ନିକଟରେ ଥିବା ଏକ ବଡ କାନ୍ଥ ଡେଇଁ ଏକ ସିଂହୀ ପଳାଇ ଆସୁଛି । ସିଂହୀକୁ ଦେଖି ଲୋକେ ଭୟଭୀତ ହେବା ସହ ଏଣେତେଣେ ଦୌଡିବାକୁ ଲାଗୁଛନ୍ତି । ସିଂହୀଟି ଏକ ମହିଳାଙ୍କ ଉପରେ ଆକ୍ରମଣ କରୁଛି । ମହିଳା ଜଣକ ତଳେ ପଡି ଯାଉଛନ୍ତି ଓ ଚିତ୍କାର କରୁଛନ୍ତି । କିଛି ଲୋକେ ସିଂହୀକୁ ପଥର ଫିଙ୍ଗି ସେଠାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ମହିଳା ଜଣକ ନିଜ ଜୀବନ ରକ୍ଷା କରି ସିଂହୀ କବଳରୁ ଖସି ପଳାଇ ଆସୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଘରୁ ବାହାରିବା ପୂର୍ବରୁ ପାଠ କରନ୍ତୁ ଏହି ଚମତ୍କାରୀ ମନ୍ତ୍ର: ହେବନି ଦୁର୍ଘଟଣା, ଦୂର ହେବ ସବୁ ଚିନ୍ତା..

- Advertisement -

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories