www.samajalive.in
Saturday, December 6, 2025
15.1 C
Bhubaneswar

ଯୁବକଙ୍କୁ ଅପହରଣ ପରେ ଉଲଗ୍ନ କରି ନିସ୍ତୁକ ପିଟିଲେ, ନାବାଳିକା ସମତେ ୮ ଗିରଫ

ସମାଜ ଡିଜିଟାଲ ଡେସ୍କ: ରେଣୁକାସ୍ଵାମୀ ହତ୍ୟାକାଣ୍ଡ ଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ। ଜଣେ ନାବାଳିକାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବାରୁ ଜଣେ ଯୁବକଙ୍କୁ ଅପହରଣ ପରେ ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯାଇଛି। ଏହି ଘଟଣାରେ ପୁଲିସ ନାବାଳିକା ସମେତ ୮ ଜଣଙ୍କୁ ଗିରଫ କରିଛି।

ଗତ ବର୍ଷ ଅଭିନେତା ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ଼ାଙ୍କୁ ରେଣୁକାସ୍ଵାମୀ ଅଶ୍ଳୀଳ ଫଟୋ ପଠାଇବାରୁ ଦର୍ଶନ ଓ ତାଙ୍କର କିଛି ସାଥୀ ମିଶି ରେଣୁକାସ୍ଵାମୀଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ। ପୁଲିସ ଏହି ମାମଲାରେ ୧୬ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଅନୁରୂପ ଏକ ଘଟଣା ବେଙ୍ଗାଲୁରୁରେ ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

ହେସାରଘାଟ ଅଞ୍ଚଳରେ ଜଣେ ଯୁବକ ଓ ଅନ୍ୟ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିଛି ମାସ ପରେ ନାବାଳିକା ଜଣକ ତାଙ୍କ ପ୍ରେମିକକୁ ଛାଡ଼ି ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇଥିଲେ। ଏହାକୁ ନେଇ ପୂର୍ବ ପ୍ରେମିକ ତାଙ୍କ ଘରେ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାଇଦେବେ ବୋଲି କହିଥିଲେ। ଏପରି କି ସେମାନଙ୍କର କିଛି ଅଶ୍ଳୀଳ ଫଟୋ ନାବାଳିକାଙ୍କ ମୋବାଇଲକୁ ପଠାଇଥିଲେ। ଏହା ପରେ ନାବାଳିକା ଜଣକ ତାଙ୍କ ବର୍ତ୍ତମାନର ପ୍ରେମିକ ଓ ଅନ୍ୟ ୬ ଜଣଙ୍କ ସହିତ ମିଶି ପୂର୍ବ ପ୍ରେମିକଙ୍କୁ ଅପହରଣ କରିନେଇ ଏକ ନିର୍ଜନ ସ୍ଥାନରେ ଉଲଗ୍ନ କରି ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକାଙ୍କୁ ମହିଳା ସୁଧାର ଗୃହକୁ ପଠାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories