କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇରେ ଥିବା ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ସଭାପତିତ୍ୱ କରିଥିବାବେଳେ ଅଞ୍ଚଳର ଫରେଷ୍ଟ ଗାଡ଼ ସୁର୍ଯ୍ୟ କୁମାର ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ଭାରପ୍ରାପ୍ତ ଇକୋ କ୍ଲବ ଶିକ୍ଷକ ତାପସ କୁମାର ଦଳାଇ, ଅନନ୍ତ ସାହୁ, ଈଶ୍ବର ମାଣ୍ଡାଙ୍ଗୀ, ସିଦ୍ଧାନ୍ତ କୁଲିସିକା, ସୋନିଆ ଦିପ୍, ସାଇ ଜ୍ୟୋତି ବେହେରା, ସନ୍ତୋଷ ମହାରଣା, ଜି. ମୁରଲି ମୋହିନି, ଜିତେନ୍ଦ୍ର ମାଲେଟି, ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ତଥା ବିଷୟ ପ୍ଲାଷ୍ଟିକ୍ ମୁକ୍ତ ବିଦ୍ୟାଳୟ ଉପରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କାର ବିତରଣ କରାଗଲା। ବି
ଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ତା’ର ଯତ୍ନ ନେବା କଥା କୁହାଯାଇଛି। ବିଦ୍ୟାଳୟ ନିକଟରେ ମାଆଙ୍କ ନାମରେ ବୃକ୍ଷ ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟକୁ ମିଳିଥିବା ପୁରସ୍କାର ତଥା ଉତ୍ତମ ଇକୋ କ୍ଲବ ୨୦୨୫, ପୁନଶ୍ଚ ପୃଥିବୀ, ପ୍ରକୃତିମିତ୍ର ୨୦୨୪, ଆହୁରି ସୁନ୍ଦର କଥା ଯଥା ପକ୍ଷୀଙ୍କ ପାଇଁ ଚଢେଇ ବସା ଓ ଖରାଦିନ ପାଇଁ ଜଳ ଯୋଗାଣ, ବୃକ୍ଷକୁ ରକ୍ଷା ବନ୍ଧନ, ପ୍ରାକୃତିକ ଶିବିର ଏହିଭଳି ଅନେକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ପାଳନ କରାଯାଉଛି ବୋଲି କହି ନିଜକୁ ଗର୍ବିତ ମନେ କରିଥିଲେ। ଏଥିସହ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ତାପସ କୁମାର ଦଳାଇଙ୍କୁ କଲ୍ୟାଣସିଂହପୁର ବ୍ଲକର ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା କାରଣରୁ ବନବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଗଲା। ଖାଲି ମାଆଙ୍କ ନାମରେ ଗୋଟିଏ ବୃକ୍ଷ ନୁହେଁ, ଏକାଧିକ ବୃକ୍ଷ ଲଗାନ୍ତୁ ଏବଂ ନିଜ ଜନ୍ମଦିନରେ ରାସ୍ତା ଘାଟରେ ଜଙ୍ଗଲ ଭିତରେ ଖାଇଥିବା ବିଭିନ୍ନ ମଞ୍ଜିକୁ ନେଇ ଫୋପାଡ଼ି ଏକ ସୁନ୍ଦର ପରିବେଶ ଗଢ଼ିବା ବାର୍ତ୍ତା ପିଲାଙ୍କ ପାଖରେ ପହଞ୍ଚାଇ ବନ ମହୋତ୍ସବର ଶେଷ କାର୍ଯ୍ୟ ଦିବସଟିକୁ ଉଦଯାପନ କରାଗଯାଇଛି।



