ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ରାଓ, ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ,ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲୀପ ବେହେରା,ନାଏ ବ ସରପଞ୍ଚ ରାକେଶ କୁମାର ସାହୁ, ଦେବାଶିଷ ପଟ୍ଟନାୟକ, ଶିକ୍ଷକ ବିଭୁତି ବେହେରା, ପ୍ରମୁଖ ଯୋଗ ଦେଇ ଦେଖାଦେଇଥିବା ପରିବେଶ ପ୍ରଦୂଷଣ, ଜଳ ବାୟୁର ପରିବର୍ତନ,ବିଶ୍ୱ ତାପନ କବଳରୁ କିଭଳି ରକ୍ଷା ମିଳିବ ସେ ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ଭାବେ ବୃକ୍ଷ ରୋପଣ ର ଆବଶ୍ୟକତା ଜରୁରୀ ହୋଇପଡ଼ିଥିବା ଅତିଥି ମାନେ ମତାମତ ଦେଇଥିଲେ। ଇକୋ କ୍ଳବ ଅଧିକାରୀ ମନୀଷା ବିଶ୍ୱାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ସନ୍ଦ୍ୟାରାଣୀ ଧନ୍ୟବାଦ ଅର୍ପଣ କରଥିଲେ । ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟରେ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ପରିଚାଳନା କରିଥିଲେ ।
Popular Categories



