ନୂଆଦିଲ୍ଲୀ : ମେ’ ୩୧ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡ ସଂଯୋଗ ନ କଲେ ଦୁଇଗୁଣ ଆୟକର ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଆୟକର ବିଭାଗ ସାମାଜିକ ଗଣମାଧ୍ୟମରେ ଆୟକର ଦାତାଙ୍କୁ ସଚେତନ କରିଛି। ଆୟକର ନିୟମ ଅନୁଯାୟୀ, ଯଦି ଜଣେ ଆୟକର ଦାତା ମେ’ ୩୧ ମଧ୍ୟରେ ନିଜର ପାନ୍ ନମ୍ବର ସହ ଆଧାର ସଂଯୋଗ ନ କରନ୍ତି ତେବେ ଲାଗୁ ଦର ଠାରୁ ଦୁଇଗୁଣ ଅଧିକ ଆୟକର ଦେବାକୁ ପଡ଼ିବ। ବିଭାଗ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କହିଛି ଯେ ଦୟାକରି ଅଧିକ ହାରରେ ଟିକସକୁ ଏଡ଼ାଇବା ପାଇଁ ମେ’ ୩୧ ପୂର୍ବରୁ ଆଧାର ସହିତ ପାନ୍ ସଂଯୋଗ କରନ୍ତୁ। ଏକ ପୃଥକ ପୋଷ୍ଟରେ ବିଭାଗ କହିଛି; ବ୍ୟାଙ୍କ, ବୈଦେଶିକ ମୁଦ୍ରା ବିନିମୟ ଡିଲରଙ୍କ ସମେତ ରିପୋର୍ଟିଂ ସଂସ୍ଥାଗୁଡ଼ିକୁ ଜୋରିମାନା ଏଡ଼ାଇବା ପାଇଁ ମେ ୩୧ ସୁଦ୍ଧା ଆର୍ଥିକ କାରବାରର ଷ୍ଟେଟ୍ମେଣ୍ଟ ଦାଖଲ କରିବାକୁ ବିଭାଗ କହିଛି।
Popular Categories



