BJD Bijuli 480×75 Mob

ଲିଙ୍ଗାୟତଙ୍କ ଦାବିକୁ ନେଇ ଅଡୁଆରେ ବିଜେପି

BJD Bijuli 480×75 Mob
0

ବାଙ୍ଗାଲୋର : ନିର୍ବାଚନାଭିମୁଖୀ କର୍ଣ୍ଣାଟକରେ ଏବେ ଲିଙ୍ଗାୟତଙ୍କୁ ସଂଖ୍ୟାଲଘୁ ଧର୍ମ ମାନ୍ୟତା ପ୍ରଦାନ ଦାବି ଜୋର୍‌ ଧରିଛି। ଏହି ଦାବିକୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ସମର୍ଥନ ମିଳିସାରିଛି। ଏପରିକି ଲିଙ୍ଗାୟତମାନଙ୍କୁ ସଂଖ୍ୟାଲଘୁ ଧର୍ମ ମାନ୍ୟତା ପ୍ରଦାନ ନିମନ୍ତେ ସିଦ୍ଧରମୈୟା ଇତିମଧ୍ୟରେ କେନ୍ଦ୍ର ସରକାରଙ୍କୁ ସୁପାରିସ ମଧ୍ୟ କରିସାରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଏଥିକ୍ରମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ମାର୍ଚ୍ଚ ୨୬ରେ କର୍ଣ୍ଣାଟକ ଗସ୍ତ କରି ତୁମକୁରଠାରେ ସିଦ୍ଦଗଙ୍ଗା ମଠର ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଭେଟିଥିଲେ। ପରଦିନ ମାର୍ଚ୍ଚ ୨୭ରେ ସେ ଚିତ୍ରଦୁର୍ଗାର ମୁରୁଘା ମଠ ଗସ୍ତ କରିଥିଲେ। ସେଠାରେ ସନ୍ଥ ଶିବମୂର୍ତ୍ତି ମୁରୁଘା ଶରନାରୁ ଏକ ସ୍ମାରକପତ୍ର ଶାହାଙ୍କୁ ଦେଇଥିଲେ। ଲିଙ୍ଗାୟତମାନଙ୍କୁ ସ୍ୱତନ୍ତ୍ର ଧର୍ମ ମାନ୍ୟତା ପାଇଁ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ଯେଉଁ ସୁପାରିସ କରିଛନ୍ତି ତାହା ଉପରେ ମୋହର ମାରିବା ନିମନ୍ତେ ଉକ୍ତ ସ୍ମାରକପତ୍ରରେ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିଲା। ଏହି ମାନ୍ୟତା ମିଳିବା ଦ୍ୱାରା ଲିଙ୍ଗାୟତ ସମ୍ପ୍ରଦାୟର ଯୁବପିଢି ନିଶ୍ଚିତ ଉପକୃତ ହେବେ ବୋଲି ମଧ୍ୟ ସେଥିରେ ଦୃଢ ଯୁକ୍ତି ଦର୍ଶାଯାଇଥିଲା। ତେବେ ଲିଙ୍ଗାୟତଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସମର୍ଥନ ରହିଛି। ବିଶେଷକରି ମୁରୁଘା ମଠ ପକ୍ଷରୁ ଏହାକୁ ମୋରଦାର ସମର୍ଥନ କରାଯାଉଛି। ମୋଟ ୬.୫ କୋଟି ଲିଙ୍ଗାୟତଙ୍କ ମଧ୍ୟରୁ ୧.୫ କୋଟି କେବଳ କର୍ଣ୍ଣାଟକରେ ଅଛନ୍ତି। ଏହି ସମ୍ପ୍ରଦାୟର ଭୋଟ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୧୭%। ଏମାନେ ପାରମ୍ପରିକ ଭାବେ ବିଜେପିକୁ ସମର୍ଥନ କରିଆସୁଛନ୍ତି। ଏଥର ଲିଙ୍ଗାୟତଙ୍କ ସମର୍ଥନ ନ ମିଳିଲେ କର୍ଣ୍ଣାଟକରେ ପୁନଃ କ୍ଷମତାକୁ ଫେରିବା ନେଇ ବିଜେପିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏଣୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ। ନଚେତ୍‌ ଗୁଜରାଟରେ ପଟିଦାର ଆନ୍ଦୋଳନ ଯେପରି ବିଜେପିକୁ ଭାରି ପଡିଥିଲା, ତାହାର ପୁନରାବୃତ୍ତି କର୍ଣ୍ଣାଟକରେ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

Leave A Reply