www.samajalive.in
Sunday, December 7, 2025
23.1 C
Bhubaneswar

ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସିପଡିବା ଘଟଣା; ପ୍ରଶାସନକୁ ଦାୟୀ କଲେ ସେବାୟତଙ୍କ ପୁଅ, କହିଲେ.. 

ଭୁବନେଶ୍ୱର : ମହାଶିବରାତ୍ରୀରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ସମୟରେ ଘଟିଥିଲା ମହାଅଘଟଣ। ମହାଦୀପ ନେଇ ସେବାୟତ ମନ୍ଦିର ଉପରକୁ ଚଢିବା ବେଳେ ସେବାୟତ ଖସି ପଡିଥିଲେ। ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ସେବାୟତଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ଏବେ ସୁସ୍ଥ ଅଛନ୍ତି। ତାଙ୍କର ସିଟି ସ୍କାନ୍‌ ହେବ। ହାତରେ ଗରମ ଘିଅ ପଡ଼ିଯିବାରୁ ବାପା ଖସି ପଡିଥିଲେ। ମହାଦୀପରେ ଅଧିକ ଘିଅ ଥିବାରୁ ଢାଳି ଯାଇଥିଲା। ମହାଦୀପରେ ଘିଅ ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ପ୍ରତିବର୍ଷ ବାପା ହିଁ ମନ୍ଦିର ଉପରକୁ ମହାଦୀପ ନେଇ ଯାନ୍ତି। ୨୫ରୁ ୩୦ ବର୍ଷ ମଧ୍ୟରେ କେବେ ଏଭଳି ଅଘଟଣ ଘଟିନଥିଲା। ଅଶ୍ୱିନୀଙ୍କ ବଡବାପାଙ୍କ ପୁଅ ମନ୍ଦିର ଚୂଡାକୁ ମହାଦୀପ ନେଇଥିଲେ। ଆମ ସେବାରେ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସକାଳୁ ରାତି ପର୍ଯ୍ୟନ୍ତ ଅନେକ ବିଭ୍ରାଟ ଘଟିଥିବା ଅଭିଯୋଗ ସହ ଅନେକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ ନକରି ଫେରି ଯାଇଛନ୍ତି । ଏହାସହ ଭିଆଇପି ପାସ୍‌ରେ ଜାଲିଜାତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

- Advertisement -

କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହାଜର

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories