www.samajalive.in
Saturday, December 6, 2025
17.1 C
Bhubaneswar

ଅଭିନବ ଉପାୟରେ ଶ୍ରୀଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଏକ ଅଭିନବ ଉପାୟରେ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପ୍ରଶାସନ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ହୁଣ୍ଡିରୁ କେତେକ କାଗଜ ଠୋଲା ଜବତ ହୋଇଛି। ଶ୍ରଦ୍ଧାଳୁଙ୍କ କଏନ ଟଙ୍କା ହୁଣ୍ଡିରେ ପଡୁଥିବା ବେଳେ ନୋଟ୍ ସେହି ଠୋଲାରେ ପଡୁଛି । ଯାହାକୁ ଦୁର୍ବୃତ୍ତମାନେ ଅତି ସହଜରେ ଲୁଟି ନେବାରେ ସଫଳ ହୋଇଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲ ରୁଜୁ କରିଛି । ଏହା ସହ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଆରମ୍ଭ କରିବା ସହ ସେଠାକୁ ଆସୁଥିବା ଭକ୍ତ ଓ ଅନ୍ୟ ଲୋକମାନଙ୍କ ଉପରେ ପୁଲିସ ନଜର ରଖିଛି ।

ସୂଚନାଯୋଗ୍ୟ, ଜାନୁଆରୀ ମାସ ପରେ ଗତ ଶନିବାର ଶ୍ରୀଲିଙ୍ଗରାଜ ହୁଣ୍ଡି ଖୋଲା ଯାଇଥିଲା। ନିକଟରେ ଜାଗର ଯାତ୍ରା ଯାଇଥିବାରୁ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବାହାରିବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଥିଲା। କିନ୍ତୁ ହୁଣ୍ଡି ଖୋଲିଲା ପରେ ସେଥିରୁ ମାତ୍ର ୩ ଲକ୍ଷ ୮୩ ହଜାର ୪ଶହ ୫୮ଟଙ୍କା ମିଳିଥିଲା। ଗତ ବର୍ଷ ତୁଳନାରେ ଏହି ଅର୍ଥ ଢେର୍‌ କମ୍ ବୋଲି ମନ୍ଦିର ପ୍ରଶାସନ ଅଭିଯୋଗ କରିଛନ୍ତି । ହୁଣ୍ଡିରୁ ଅତି କମ୍‌‌ରେ ୧୦ ଲକ୍ଷ ଟଙ୍କା ବାହାରିଥାଆନ୍ତା ବୋଲି ପ୍ରଶାସନ କହିଛନ୍ତି । ଏହି ଲୁଟରେ ମନ୍ଦିରର କିଛି ଲୋକ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories