www.samajalive.in
Saturday, December 6, 2025
26.1 C
Bhubaneswar

ମୁମ୍ବଇ ବ୍ରିଜ ଦୁର୍ଘଟଣା; ଜନସଂଖ୍ୟା ବୃଦ୍ଧିକୁ ଦାୟୀ କଲା ଶିବ ସେନା

ମୁମ୍ବଇ: ମୁମ୍ବଇର ଫୁଟ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ୬ଜଣଙ୍କ ପ୍ରାଣହାନି ଘଟିଥିଲା ଏବଂ ପାଖାପାଖି ୩୦ ଜଣ ଆହତ ହୋଇଥିଲେ। ଓଭରବ୍ରିଜର ମରାମତି ଅଭାବ ଏବଂ ବମ୍ବେ ମହାନଗର ନିଗମ(ବିଏମସି)ର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ବିରୋଧୀ ଅଭିଯୋଗ କରି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ଶିବ ସେନା କିନ୍ତୁ ଅଯୁକ୍ତିକର ମନ୍ତବ୍ୟ ଦେଇଛି। ବିଏମସି କିମ୍ବା ମରାମତି ଅଭାବରୁ ଏଭଳି ଦୁର୍ଘଟଣା ଘଟିନାହିଁ, ବରଂ ସହରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏଥିପାଇଁ ଦାୟୀ ବୋଲି ଶିବ ସେନା ପକ୍ଷରୁ କୁହାଯାଇଛି। ଦଳର ମୁଖପତ୍ର ‘ସମ୍ମାନ’ର ସମ୍ପାଦକୀୟରେ ଏହା ଦର୍ଶାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ବିରୋଧୀମାନେ ଏହାକୁ ନେଇ ଅଯଥାରେ ରାଜନୀତି କରୁଛନ୍ତି।

ସୂଚନା ମୁତାବକ, ଦୁର୍ଘଟଣା ପାଇଁ ବିଏମ୍‌ସି ନିଜକୁ ଦାୟୀ କରିବା ସହ କମିଶନର ଅଜୟ ମେହେଟା ୨ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଥିଲେ। ଏଥିସହ ଘଟଣାର ତଦନ୍ତ ପାଇଁ ୨ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିଯୁକ୍ତ କରିଥିଲେ। ଏହା ପରେ ଶିବ ସେନା ପଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇବା ସହ ଏପରି କୁହାଯାଇଛି। ଶିବ ସେନା କହିଛି ଯେ, ଯଦି ବିଏମସି କିମ୍ବା ରେଲୱେ ମରାମତି କାର୍ଯ୍ୟ ପାଇଁ ପରାମର୍ଶ ଦେଇଥାନ୍ତେ ତା’ହେଲେ ଏଥିଲାଗି ରେଲୱେର ଅୁନମତି ଦରକାର ଥିଲା। କିନ୍ତୁ ସହରରେ ବିଭିନ୍ନ ମରାମତି କାର୍ଯ୍ୟରେ ବିଳମ୍ବ ହେଉଛି। ବିଏମସି, ଏମଏମଆରଡିଏ, ଏମଏଚଏଡିଏ ଏବଂ ମୁମ୍ବଇ ପୋର୍ଟ ଟ୍ରଷ୍ଟ ଭଳି କେନ୍ଦ୍ର ଏବଂ ରାଜ୍ୟର ଅନେକ ସଂସ୍ଥା ଏଠାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଉକ୍ତ ସଂସ୍ଥାଗୁଡ଼ିକ ନିକଟରେ ଫାଇଲପତ୍ର ଦୀର୍ଘଦିନ ଧରି ପଡ଼ିରହୁଛି, ଯେଉଁଥିପାଇଁ ମରାମତି କାର୍ଯ୍ୟ ତ୍ଵରାନ୍ବିତ ହୋଇପାରୁ ନାହିଁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories