www.samajalive.in
Sunday, December 14, 2025
17.1 C
Bhubaneswar

ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ,ବିସ୍ଥାପିତ ପରିବାରକୁ୧ ଲକ୍ଷ ଓ ଜମି ଅଧିଗ୍ରହଣ ଦିନଠାରୁ ମାସକୁ ୧୫ ହଜାର ଘରଭଡ଼ା

ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ସୋମବାର ସନ୍ଧ୍ୟାରେ ପ୍ୟାକେଜ ଘୋଷଣା କରାଯାଇଛି। ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ସ୍ଥାନାନ୍ତର ହେବାକୁ ଥିବା  ଘର, ମଠ ଓ ଦୋକାନ ପାଇଁ ସହାୟତା ଘୋଷଣା କରାଯାଇଛି।  ଅଧିଗୃହିତ ଜମି ଲିଙ୍ଗରାଜ ନାଁରେ ରେକର୍ଡ କରାଯିବ। ଜମି ହରାଉଥିବା ଲୋକଙ୍କ ନାଁରେ ପ୍ରକଳ୍ପ ଅଞ୍ଚଳରେ ଫଳକରେ ଲେଖାଯିବ। ସ୍ଥିତିବାନ ଘର ସରକାରଙ୍କ ନୀତି ଅନୁଯାୟୀ ସିଧା କିଣାଯିବ। ସ୍ଥିତିବାନ ଘର ପାଇଁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ମିଳିବ। ଅଧିଗୃହିତ ଜମି ପାଇଁ ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯିବ। ଯଦି କେହି ଜମି ବଦଳରେ ଜମି ଚାହିଁବେ, ଅନ୍ୟତ୍ର ଜମି ମିଳିବ।

ବିସ୍ଥାପିତ ହେବାକୁ ଥିବା ପରିବାର ପାଇଁ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଜମି ଅଧିଗ୍ରହଣ ଦିନଠାରୁ ବର୍ଷେ ଯାଏ ମାସିକ ୧୫ ହଜାର ଘରଭଡ଼ା ଯୋଗାଇ ଦିଆଯିବ। ବାସଗୃହ ହରାଉଥିବା ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ମିଳିବ। ଦୋକାନ ଘର ମାଲିକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା ପାଇଁ ୧ ଲକ୍ଷ ମିଳିବ। ୨୦୦ ବର୍ଗ.ମି ଦୋକାନ ପାଇଁ ଦୋକାନ ମିଳିବ ଯାଏ ମାସିକ ୧୫ ହଜାର। ୨୦୦ ବର୍ଗ.ମି.ରୁ ଅଧିକ ପାଇଁ ଦୋକାନ ମିଳିବ ଯାଏ ମାସିକ ୨୦ ହଜାର। ଦୋକାନ ହରାଉଥିବା ଲୋକଙ୍କୁ ୫୦% ରିହାତିରେ ଦୋକାନ ଘର। ଦୋକାନ ମାଲିକ ଚାହିଁଲେ ଏକାଥରେ ୨୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ। ତାଲିକାଭୁକ୍ତ ଉଠାଦୋକାନୀଙ୍କୁ ଏକାକାଳୀନ ୩୦ ହଜାରଟଙ୍କା ଦିଆଯିବ । ବିସ୍ଥାପିତ ମଠ ପାଇଁ ଜମି ଆବଣ୍ଟନ, ସରକ୍ଷଣ ବିଏମସି ସ୍ଥିର କରିବ। ୩୦ ଦିନ ମଧ୍ୟରେ କେହି ସ୍ବଇଚ୍ଛାରେ ଜମି ଦେଲେ ଅତିରିକ୍ତ ୧୦% ମିଳିବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories