www.samajalive.in
Friday, December 12, 2025
27.1 C
Bhubaneswar

ଯୁବ ବିକାଶ ପରିଷଦ ଆନୁକୁଲ୍ୟରେ ସାମ୍ୟବାଦୀ ଜନନେତା ‘ଲିଙ୍ଗରାଜ ଦାଶ’ଙ୍କ ଜୟନ୍ତୀ ପାଳିତ

ନିମାପଡା: ଗରିବ, ଅସହାୟ ଜନତାର ନିଃସ୍ଵାର୍ଥପର ସେବକ, ନିର୍ବିବାଦୀୟ ଲୋକପ୍ରତିନିଧି, ସାଧାରଣ ଲୋକର ସେବା ଲାଗି ସଦା ସମର୍ପିତ,ନିମାପଡ଼ା ପଞ୍ଚାୟତର ଶେଷ ସରପଞ୍ଚ,ପୂର୍ବତନ କାଉନସିଲର ତଥା ବିଶିଷ୍ଟ ସାମ୍ୟବାଦୀ ନେତା ସ୍ବର୍ଗତ ‘ଲିଙ୍ଗରାଜ ଦାଶ‘ଙ୍କ ୮୭ତମ ପୁଣ୍ୟ ଜୟନ୍ତୀ ଦିବସ ରବିବାର ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ଦାଶଙ୍କ ନାମରେ ନାମିତ ‘ମାର୍କେଟ କମ୍ପ୍ଲେକ୍ସ‘ଠାରେ ଥିବା ତାଙ୍କ ଭବ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଯୁବ ସଂଗଠକ ନିରଞ୍ଜନ ସାହୁଙ୍କ ସଭାପତିତ୍ବରେ ଏକ ପଥପ୍ରାନ୍ତ ସାଧାରଣ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ବିଶିଷ୍ଟ ଯୋଗଗୁରୁ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସାହୁ, ଆଇନଜୀବି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାଶ, ଯୁବ ସମାଜସେବକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବରାଳ,ଅର୍ଜୁନ ପଣ୍ଡା ପ୍ରମୁଖ ଯୋଗଦେଇ ବନ୍ୟା,ବାତ୍ୟା ସମୟରେ ନିଃସ୍ଵାର୍ଥପର କାର୍ୟ୍ୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ଗଠନରେ ‘ଲିଙ୍ଗରାଜ ଦାଶ‘ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ପରେ ଜ୍ୟୋତି ରଞ୍ଜନ ନାୟକ, ଅୟମ ରାଜ ଭଂଜଦେଓ, ସୌମ୍ୟ ଶୁଭ୍ରାଶିଷ ନାୟକ,ପ୍ରିତମ ବେହେରା,ଆଶୁତୋଷ ନାୟକଙ୍କ ନେତୃତ୍ ରେ ‘ଜନତା ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ‘ଲିଙ୍ଗରାଜ ଦାଶ‘ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories