www.samajalive.in
Friday, December 12, 2025
27.1 C
Bhubaneswar

ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ରାଷ୍ଟ୍ର ତାଲିକାରେ ଭାରତ ସାମିଲ

ଡେସ୍କ: ଭାରତ ଆନ୍ଧ୍ର ପ୍ରଦେଶ ଉପକୂଳରୁ ୩ହଜାର ୫୦୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ପରମାଣୁ କ୍ଷମତା ସଂପନ୍ନ କେ-୪ ବାଲିଷ୍ଟିକ୍‍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରକୁ ଏକ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରିବ। ବିଶାଖାପଟନମ୍‍ଠାରୁ ସମୁଦ୍ରରୁ ୩୦ କିଲୋମିଟର ନଟିକାଲ୍‍ ମାଇଲ୍‍ ଦୂରରେ ଏହାର ପରୀକ୍ଷଣ କରାଯାଇଛି। ଡି.ଆର୍‍.ଡି.ଓ. ଦ୍ୱାରା ନିର୍ମାଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଆଇ.ଏନ୍‍.ଏସ୍‍. ଅରିହନ୍ତ ସଦୃଶ ବୁଡ଼ାଜହାଜରୁ ନିକ୍ଷେପ କରାଯାଇ ପାରିବ। ଗତ ୨ବର୍ଷ ଧରି ଏହାକୁ ନିକ୍ଷେପ କରିବା ପାଇଁ ହୋଇଥିବା ଅନେକ ଉଦ୍ୟମ ବିଫଳ ହେବା ପରେ ପରିଶେଷରେ ଏହାର ସଫଳ ପରୀକ୍ଷଣ କରାଯାଇ ପାରିଛି।

ଗତବର୍ଷ ନଭେମ୍ବର ମାସରେ ଏହାର ପରୀକ୍ଷାମୂଳକ ପରୀକ୍ଷଣ କରାଯିବାକୁ ଥିଲା, କିନ୍ତୁ ବଙ୍ଗୋପସାଗରରେ ବୁଲ୍‍ବୁଲ୍‍ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବାରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା। ପରମାଣୁ କ୍ଷମତାସଂପନ୍ନ ଏଭଳି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ୬ଟି ରାଷ୍ଟ୍ର ଗୋଷ୍ଠୀରେ ଭାରତ ଏବେ ସାମିଲ ହୋଇପାରିଛି। ଏହି କ୍ଷେପଣାସ୍ତ୍ରକୁ ଉଭୟ ସ୍ଥଳ, ଜଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇ ପାରିବ। ଅନ୍ୟଦେଶଗୁଡ଼ିକ ମଧ୍ୟରେ ଆମେରିକା, ରୁଷ୍‍, ଫ୍ରାନ୍ସ, ବ୍ରିଟେନ ଓ ଚୀନ୍‍ ରହିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories