www.samajalive.in
Monday, December 15, 2025
27.1 C
Bhubaneswar

ଆଜି ହରଭଜନ-ଇର୍ଫାନ ଲଢ଼େଇ

କଟକ :  ବାରବାଟୀ ଷ୍ଟାଡ଼ିୟମରେ ଲିଜେଣ୍ଡ୍‌ସ ଲିଗ୍‌ ଟ୍ବେଣ୍ଟି-୨୦ କ୍ରିକେଟର ୩ଟି ଲିଗ୍‌ ମ୍ୟାଚ ସହ ଫାଇନାଲ ମଧ୍ୟ ଖେଳାଯିବ । ଏଥିପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ସୋମବାର ଭିଲୱାଡ଼ା କିଙ୍ଗ୍‌ସ ଓ ମଣିପାଲ ଟାଇଗର୍ଗ ମଧ୍ୟରେ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟର ଦୁଇ ପୂର୍ବତନ ତାରକା ହରଭଜନ ସିଂହ ମଣିପାଲ ଟାଇଗର୍ଗ ଓ ଇର୍ଫାନ ପଠାନ ଭିଲୱାଡ଼ା କିଙ୍ଗ୍‌ସର ଅଧିନାୟକ ରହିଛନ୍ତି।
ଏଥିପାଇଁ ରବିବାର ଦୁଇ ଦଳ ଭିଲୱାଡ଼ା କିଙ୍ଗ୍‌ସ ଓ ମଣିପାଲ ଟାଇଗର୍ସ ଦଳ ଭୁବନେଶ୍ବରେ ପହଞ୍ଚିଛନ୍ତି। ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଖେଳାଳିମାନଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେଫେୟାର ଓ ଟ୍ରାଇଡେଣ୍ଟକୁ ନିଆ ଯାଇଥିଲା। ଇର୍ଫାନ ପଠାନଙ୍କ ନେତୃତ୍ବାଧିନ ଭିଲୱାଡ଼ା କିଙ୍ଗ୍‌ସ ଦଳରେ ଟିନୋ ବେଷ୍ଟ, ଟିମ୍‌ ବ୍ରେସନାନ, ଫିଡେଲ ଏଡୱାର୍ଡସ, ମଣ୍ଟି ପାନେସର, ସେନ୍‌ ୱାଟସନ ଓ ୟୁସୁଫ ପଠାନଙ୍କ ଭଳି ବିଗତ ଦିନର ତାରକା ଖେଳାଳି ରହିଛନ୍ତି। ସେହିପରି ହରଭଜନ ସିଂହଙ୍କ ନେତୃତ୍ବାଧିନ ମଣିପାଲ ଟାଇର୍ଗସରେ ଇମ୍ରାନ ତାହିର, ମହମ୍ମଦ କୈଫ, ରମେଶ କାଲୁୱିତରଣା, ବ୍ରେଟ ଲି ଙ୍କ ଭଳି ଖେଳାଳି ରହିଛନ୍ତି। ଭିଲୱାଡ଼ା କିଙ୍ଗ୍‌ସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜିତ ହୋଇଥିବାବେଳେ ଆଉ ଗୋଟିଏ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଦଳ ୩ଟି ମ୍ୟାଚରୁ ୩ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ମଣିପାଲ ଟାଇଗର୍ସ ୩ଟି ମ୍ୟାଚ ଖେଳି ୨ଟି ପରାଜିତ ହୋଇଥିବାବେଳେ ଅନ୍ୟ ଏକ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଦଳ ୧ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଦଳ ପ୍ରଥମ ବିଜୟ ନେଇ ଖେଳିବ। ମଣିପାଲ ପକ୍ଷରୁ ଏସ୍‌ଏଫ ମିରେ ୯୧ରନ କରିଥିବାବେଳେ ଭିଲୱାଡ଼ା କିଙ୍ଗ୍‌ସ ପକ୍ଷରୁ ୟୁସୁଫ ପଠାନ ୫୬, ତନ୍ମୟ ଶ୍ରୀବାସ୍ତବ ୫୫ରନ କରିଛନ୍ତି। ବୋଲିଂରେ ଭିଲୱାଡ଼ା କିଙ୍ଗ୍‌ସର ଫିଡେଲ ଏଡୱାର୍ଡସ ୪ଟି, ୟୁସୁଫ ପଠାନ ୩ଟି ୱିକେଟ ନେଇଛନ୍ତି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଦ୍ବିତୀୟ ଚରଣ ମ୍ୟାଚରେ ଉଭୟ ଦଳ ଜିତିବା ନେଇ ଲକ୍ଷ୍ୟ ରଖିଛନ୍ତି। ରବିବାର ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲକୁ ଯାଇଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜର୍ସି ଉପହାର ଦେଇଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories