ରାତିରେ କ୍ଷୀର ପିଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି ?

ସମାଜ ଡିଜିଟାଲ ଡେସ୍କ: ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀର ପିଉଛନ୍ତି କି? ରାତିରେ କ୍ଷୀର ପିଇ ଶୋଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି? ଏସବୁ ପ୍ରଶ୍ନ ଅନେକଙ୍କ ମନରେ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ କ୍ଷୀର ପିଇଲେ ଶରୀର ପାଇଁ କଣ ଲାଭ ହୋଇଥାଏ । କ୍ଷୀର ଏକ ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ରାତିରେ ଏହାକୁ ପିଇବା ଅତ୍ୟନ୍ତ ଲାଭଦାୟକ । କ୍ୟାଲସିୟମ୍‌, ପ୍ରୋଟିନ୍‌, ଭିଟାମିନ୍‌ ଡି ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଏକ ଉକ୍ରଷ୍ଟ ଉତ୍ସ ହେଉଛି କ୍ଷୀର । ରାତିରେ କ୍ଷୀର ପିଇବାର ଗୁରୁତ୍ୱପୂର୍ଣ୍ଣ ଉପକାର ହୋଇଥାଏ ।

କ୍ଷୀର ପିଇଲେ ଭଲ ନିଦ ହୋଇଥାଏ:
ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ନିଦ ଭଲ ହୋଇଥାଏ ଏବଂ କ୍ଷୀରରେ ଥିବା ଟ୍ରାଇପଟୋଫାନ୍‌ ନିଦକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଦ୍ୱାରା ଭଲ ନିଦ ହୁଏ ଏବଂ ନିଦ୍ରାର ଗଭୀରତା ବଢିଯାଏ । ସରଳରେ କହିବାକୁ ଗଲେ ଆପଣ କ୍ଷୀର ପିଇଲେ ରାତିରେ ଭଲ ନିଦରେ ଶୋଇପାରିବେ ।

ଖୀରରେ କ୍ୟାଲସିୟମ ରହିଛି:
ଖୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥିବା ବେଳେ ପ୍ରୋଟିନ୍‌ ମଧ୍ୟ ରହିଛି । ଯାହା କି ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ହାଡ ଦୁର୍ବଳ ତେବେ ଏହାକୁ ମଜବୁତ କରିବା ପାଇଁ ନିଶ୍ଚିତ ଭାବରେ ରାତିରେ କ୍ଷୀର ପିଇବା ଉଚିତ । କ୍ଷୀରରେ କ୍ୟାଲସିୟମ ଥିବା କାରଣରୁ ଏହାକୁ ପିଇଲେ ହାଡ ଏବଂ ଦାନ୍ତକୁ ସୁସ୍ଥ ରହିବା ଶକ୍ତି ବୃଦ୍ଧି କରିଥାଏ । କ୍ଷୀରରେ ଭିଟାମିନ୍‌-ଏ ଏବଂ ଡି ଥାଏ, ଯାହା ଚର୍ମକୁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ । କ୍ଷୀରରେ ଥିବା ପୋଷକ ତତ୍ୱ ଆତ୍ମ ନିୟନ୍ତ୍ରଣରେ ସାହାଯ୍ୟ କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ । ତେଣୁ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ କ୍ଷୀର ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଅନେକଙ୍କର କ୍ଷୀର ଓ କ୍ଷୀର ଜାତୀୟ ଖାଦ୍ୟ ପ୍ରତି ଆଲର୍ଜି ଥିବା ଦେଖିବାକୁ ମିଳେ । ସେଥିପାଇଁ ସେମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କର କ୍ଷୀରରେ ଆଲର୍ଜି କିମ୍ବା ଅନ୍ୟାନ୍ୟ ସମସ୍ୟା ଥାଏ ତେବେ ଡାକ୍ତରଙ୍କୁ ପରାମର୍ଶ ନିଶ୍ଚିତ କରନ୍ତୁ ।

Comments are closed.