www.samajalive.in
Monday, December 8, 2025
13.1 C
Bhubaneswar

ଘରର ଜିନିଷ କିଣିବା ପାଇଁ ଯାଉଥିଲେ ଯୁବକ ; ବାଇକ୍‌‌ରେ ବସିଥିଲେ, ହୃଦଘାତରେ ଚାଲିଗଲା ଜୀବନ

ଇନ୍ଦୌର : କମ୍‌‌ ବୟସରେ ହୃଦଘାତ ଜନିତ ଅନେକ ମାମଲା ସାମ୍ନାକୁ ଆସୁଛି । ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଅନିୟମିତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଭୋଜନ, ଅତ୍ୟଧିକ ଜଙ୍କ୍‌‌ ଫୁଡ୍‌‌ର ସେବନ, କମ୍‌‌ ମାତ୍ରାରେ ନିଦ,ମାନସିକ ଦୁଃଶ୍ଚିନ୍ତା ହୃଦଘାତର ମୁଖ୍ୟ କାରଣ। ଇନ୍ଦୌରରେ ଚଳନ୍ତା ବାଇକ୍‌‌ରେ ଜଣେ ଯୁବକଙ୍କ ହୃଦଘାତ ହୋଇଛି। ସେ ନିଜ ସାନ ଭାଇ ସହ ଘରର କିଛି ଜିନିଷ କିଣିବା ପାଇଁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ହୃଦଘାତ ସମୟରେ ସେ ଚଳନ୍ତା ବାଇକ୍‌‌ରୁ ତଳକୁ ଖସି ପଡି ଯାଇଥିଲେ। ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା କ୍ରମେ, ଆଜାଦ ନଗର ପୁଲିସର କହିବାନୁଯାୟୀ, ମୁସାଖେଡି ନିବାସୀ ରାହୁଲ ରାୟକବାର ନାମକ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ବୟସ ୨୬ ବର୍ଷ। ଶନିବାର ଦିନ ରାହୁଲ ନିଜ ସାନ ଭାଇ ସହ ଘରର ଜିନିଷ କିଣିବାକୁ ଯାଉଥିଲେ। ରାହୁଲରେ ବାଇକ୍‌‌ରେ ପଛରେ ବସିଥିଲେ। ସାନ ଭାଇ ଗାଡି ଚଳାଉଥିଲେ। ରାସ୍ତାରେ ହଠାତ୍‌‌ ରାହୁଲ୍‌‌ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ସେ ଚଳନ୍ତା ବାଇକ୍‌‌ରୁ ତଳକୁ ଖସି ପଡିଥିଲେ। ଏହାପରେ ଲୋକଙ୍କ ସହାୟତାରେ ସାନ ଭାଇ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାହୁଲଙ୍କର ଏକ ଦେଢ ବର୍ଷର ଶିଶୁ କନ୍ୟା ଅଛି। ରାହୁଲ ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ।

- Advertisement -

ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ୧୮ ବର୍ଷୀୟ ଛାତ୍ରଙ୍କର କୋଚିଂ କ୍ଲାସରେ ହୃଦଘାତ ହୋଇଥିଲା। ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସିସିଟିଭରେ କଏଦ ହୋଇଥିଲା। ଇନ୍ଦୌରରେ କମ୍‌‌ ବୟସରେ ହୃଦଘାତ ଜନିତ ଅନେକ ମାମଲା ସାମ୍ନାକୁ ଆସିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories