ବାହା ହେଲେ ଦେବୋଁ କେ ଦେବ ମହାଦେବର ପାର୍ବତୀ ଅଭିନେତ୍ରୀ ସୋନାରିକା

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୋନାରିକା ଭଦୁରିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘଦିନର ପ୍ରେମିକ ବିକାଶ ପରାଶରଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ଗ୍ରାଣ୍ଡ ବିବାହ ଉତ୍ସବର ଏକ ଝଲକ୍‌ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସୋନରିକା ତାଙ୍କ ବିବାହରେ ଏକ ନାଲି ରଙ୍ଗର ଲେହେଙ୍ଗା ସହ ହୀରା ଅଳଙ୍କାର ଏବଂ  ଗଭାରେ ଗଜରା ପିନ୍ଧିଥିବା ନଜର ଆସିଥିଲେ । ସୋନାରିକାଙ୍କ ଲୁକ୍ କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏକ ଭିଡିଓରେ ସୋନାରିକା ବରମାଳା ପାଇଁ ଏଣ୍ଟ୍ରି ନେଉଥିବାର ନଜର ଆସିଛନ୍ତି। ଅନ୍ୟଏକ ଭିଡିଓରେ ସୋନାରିକା ଏବଂ ବିକାଶ ପରସ୍ପରକୁ ବରମାଳା ପିନ୍ଧାଉଥିବାର ଦେଖିବାକୁ  ମିଳିଛି। ୨୦୨୨ ଡିସେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିବାବେଳେ ରବିବାର ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Comments are closed.