www.samajalive.in
Saturday, December 6, 2025
15.1 C
Bhubaneswar

ସମସ୍ତ କ୍ଷେତ୍ରରେ ଉନ୍ନତିରେ ସହାୟକ ହୋଇଥାଏ ଏହି ଗ୍ଲୋବ

ଫେଙ୍ଗସୁଇର ଏପରି ଅନେକ ଦ୍ରବ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ଯେ, ଯାହାକୁ ଘରେ ରଖିବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। ଏପରି ଏକ ଦ୍ରବ୍ୟ ହେଉଛି କ୍ରିଷ୍ଟଲ ଗ୍ଲୋବ। ଯେଉଁ ଲୋକଙ୍କ ବ୍ୟବସାୟ, କ୍ୟାରିଅର ଓ ଶିକ୍ଷାରେ ଅସୁବିଧା ଦେଖା ଦେଉଥାଏ ସେମାନେ ଏହି କ୍ରିଷ୍ଟଲ ଗ୍ଲୋବ ରଖିବା ଉଚିତ। ଆସନ୍ତୁ ଜାଣିବା କ୍ରିଷ୍ଟାଲ ଗ୍ଲୋବ ରଖିବାର ଲାଭଦାୟକ ଗୁଣ ବିଷୟରେ ..

ବ୍ୟବସାୟ​‌ରେ ଉନ୍ନତି ହେଉ ନ ଥିଲେ ନିଜ କାର୍ଯ୍ୟକ୍ଷେତ୍ରର ଟେବୁଲ ଉପରେ କ୍ରିଷ୍ଟଲ ଗ୍ଲୋବ ରଖନ୍ତୁ। ଏହାଦ୍ବାରା ସକାରାତ୍ମକ ଶକ୍ତି ବ୍ୟବସାୟକୁ ବୃଦ୍ଧି କରିବା ସହ ଉନ୍ନତି ଦିଗକୁ ଅଗ୍ରସର କରିଥାଏ।

- Advertisement -

ଫେଙ୍ଗସୁଇ ଅନୁସାରେ, ବିଦ୍ୟାର୍ଥୀମାନେ ନିଜ ପାଠପଢା କକ୍ଷରେ କ୍ରିଷ୍ଟଲ ଗ୍ଲୋବ ରଖିବା ଉଚିତ। ଏହାଦ୍ବାରା ବିଦ୍ୟାର୍ଥୀଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ।

କ୍ରିଷ୍ଟଲ ଗ୍ଲୋବକୁ ଯେକୌଣସି ଦିଗରେ ରଖି ପାରିବା। କିନ୍ତୁ ଏହାକୁ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଅଧିକ ଶୁଭପ୍ରଦ ବୋଲି କୁହାଯାଇଛି।

କ୍ରିଷ୍ଟଲ ଗ୍ଲୋବ ଯେଉଁଥିରେ ଲାଗିଥାଏ ତାହା ସର୍ବଦା ସୁନେଲୀ ରଙ୍ଗର ହେବା ଉଚିତ।

ଘରେ ଏହି ଗ୍ଲୋବକୁ ରଖିବା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ। ପରିବାରରେ କୌଣସି ସମସ୍ୟା ଥିଲେ ଏହି ଗ୍ଲୋବକୁ ଡାଇନିଙ୍ଗ କକ୍ଷରେ ରଖି ଦିଅନ୍ତୁ।

ଧ୍ୟାନ ଦିଅନ୍ତୁ :

କ୍ରିଷ୍ଟଲ ଗ୍ଲୋବ ବ୍ୟବହାର କରିବାର ୨୪ଘଣ୍ଟା ପୂର୍ବରୁ ତାହାକୁ ଷ୍ଟାଣ୍ଡରୁ ବାହାର କରି ଦିଅନ୍ତୁ। ତାପରେ ତାକୁ ଲୁଣ ପାଣିରେ ବୁଡାଇ ରଖନ୍ତୁ। ତାପରେ ତାକୁ ସଫା ପାଣିରେ ଧୋଇ ସେଥିରେ କ୍ରିଷ୍ଟଲ ଗ୍ଲୋବ ଲଗାଇ ଦିଅନ୍ତୁ। ତାପରେ ତାହାକୁ କାଚର ବାସନରେ ରଖି ତା ପର ଦିନ ଖରାରେ ଶୁଖାନ୍ତୁ। ଏପରି କରିବା ଦ୍ବାରା କ୍ରିଷ୍ଟଲ ଗ୍ଲୋବ ଅଧିକ ପ୍ରଭାବଶାଳୀ ହୋଇଯିବ। ଦିନକୁ ଏହି ଗ୍ଲୋବକୁ ଦୁଇ ତିନି ଥର ଘୁରାଇବା ଉଚିତ। ଏପରି କରିବା ଦ୍ବାରା ଗ୍ଲୋବରୁ ନିର୍ଗତ ହେଉଥିବା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories