www.samajalive.in
Saturday, December 6, 2025
26.1 C
Bhubaneswar

ରାତିରେ ଡେରିରେ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୋଇଥାଏ ଅସୁବିଧା

ବ୍ୟସ୍ତ ବହୁଳ ଜୀବନରେ ସମୟ ବଦଳିବା ସହ ସବୁ ବ୍ୟକ୍ତି ବଦଳି ଯାଇଥାଆନ୍ତି। ସେମାନଙ୍କର ଜୀବନ ଶୈଳୀ ମଧ୍ୟ ବଦଳି ଯାଇଥାଏ। ପୂର୍ବରୁ ଲୋକମାନେ ସକାଳୁ ଶୀଘ୍ର ଉଠୁଥିବା ବେଳେ ରାତିରେ ଶୀଘ୍ର ଶୋଉଥିଲେ। କିନ୍ତୁ ଆଧୁନିକ ଜୀବନ ଶୈଳୀରେ ଲୋକମାନେ ରାତିରେ ଡେରିରେ ଶୋଉଛନ୍ତି। ଏହାସହ ସେମାନଙ୍କର ଅନେକ ଚାଲି ଚଳନ ବଦଳି ଯାଉଛି। ଆଧୁନିକ ଯୁଗରେ ଅନେକ ବ୍ୟକ୍ତି ରାତିରେ ଡେରି​‌ରେ ଖାଦ୍ୟ ଖାଉଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଅନେକ ରୋଗର ବଶବର୍ତ୍ତୀ ମଧ୍ୟ ହେବାକୁ ପଡିଥାଏ।

ଆସନ୍ତୁ ଜାଣିବା ଡେରିରେ ଖାଇବା ଦ୍ବାରା ଶରୀରକୁ କି କି କ୍ଷତି ପହଞ୍ଚି ଥାଏ ..

- Advertisement -

ଶୋଇବାରେ ଅସୁବିଧା :

ରାତି​‌ରେ ଡେରିରେ ଖାଦ୍ୟ ଖାଇବା ଦ୍ବାରା ଶୋଇବାରେ ଅନେକ ଅସୁବିଧା ହୋଇଥାଏ। ରାତିରେ ଠିକ ଭାବେ ନ ଶୋଇବା ଦ୍ବାରା ଗ୍ୟାଷ୍ଟିକ ସମସ୍ୟା ସୃଷ୍ଟି ହୋଇଥାଏ।

ହଜମ ପ୍ରକ୍ରିୟାରେ ଅସୁବିଧା :

ଖାଦ୍ୟ ଖାଇବା ପରେ ବେଳେବେଳେ ଛାତି ପୋଡା ଓ ଏସିଡିଟି ସମସ୍ୟା ଦେଖା ଦେଇଥାଏ। ତେଣୁ ନିଜ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ନଚେତ ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବ। ତେଣୁ ରାତିରେ ଡେରିରେ ନ ଖାଇ ଉଚିତ ସମୟରେ ଖାଦ୍ୟ ଖାଇବା ଉଚିତ। ଏପରି କରିବା ଦ୍ବାରା ହଜମ କ୍ରିୟା ସଠିକ ଭାବେ ହୋଇଥାଏ।

ଓଜନ ବୃଦ୍ଧି :

ଡେରିରେ ଖାଇବା ଦ୍ବାରା ନିଦ ଠିକ ଭାବେ ହୋଇ ନ ଥାଏ। ଏହାର ପ୍ରଭାବରେ ଶରୀରରେ ହର୍ମୋନର ସନ୍ତୁଳନ ନଷ୍ଟ ହୋଇଯାଇଥାଏ। ଯାହାଦ୍ବାରା ବ୍ୟକ୍ତିଙ୍କ ଓଜନ ବୃଦ୍ଧି ହୋଇଥାଏ। ରାତିରେ ଶରୀରକୁ ଦିନ ଅପେକ୍ଷା କମ ମେଟାବୋଲିଜିମ ମିଳିଥାଏ। ଏହି କାରଣରୁ ଶରୀରକୁ ରାତିରେ ଅଧିକ କ୍ୟାଲୋରୀ ମିଳି ପାରି ନ ଥାଏ। ଏହି କାରଣରୁ ବ୍ୟକ୍ତି ମୋଟା ହୋଇ ଯାଇଥାଆନ୍ତି।

ରକ୍ତଚାପ ବଢିଥାଏ :

ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁଁ ଆମକୁ ହୃଦୟ ରୋଗ, ମଧୁମେହ ରୋଗ ହୋଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରାତିରେ ଡେରିରେ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢି ଯାଇଥାଏ। ଏହାଦ୍ବାରା ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories