www.samajalive.in
Saturday, December 6, 2025
16.1 C
Bhubaneswar

ଏହି ପତ୍ରର ବ୍ୟବହାରରେ ଦୂର ହୋଇଥାଏ ଅନେକ କେଶ ସମସ୍ୟା

ପୁରୁଷ ହୁଅନ୍ତୁ ଅଥବା ମହିଳା କେଶର ସମସ୍ୟା ପାଇଁ ସଭିଏଁ ଚିନ୍ତିତ ଅଟନ୍ତି। କେଶ ଜନିତ ବିଭିନ୍ନ ସମସ୍ୟା ମଧ୍ୟରୁ କେଶ ଧଳା ହେବା ଏକ ମୁଖ୍ୟ ସମସ୍ୟା ଅଟେ। ବର୍ତ୍ତମାନର ସମୟରେ କମ ବୟସରେ କେଶର ରଙ୍ଗ ଧଳା ହେବା ଯୁବପିଢୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଧଳା କେଶକୁ କଳା ରଙ୍ଗ କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କଳା ରଙ୍ଗର ବ୍ୟବହାର ମଧ୍ୟ କରିଥାଆନ୍ତି। ମାତ୍ର ଏଥିରେ ଥିବା କେମିକାଲ କାରଣରୁ କେଶ ପାଇଁ କ୍ଷତିକାରକ ହୋଇଥାଏ। କେଶ ଉପୁଡ଼ିବା, ଶୁଷ୍କ ହେବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଏକ ଘରୋଇ ଉପାୟରେ କେଶ ପାଇଁ ରଙ୍ଗ ପ୍ରସ୍ତୁତ କରି ଏହାକୁ ଲଗାଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ କୌଣସି କ୍ଷତି ହୋଇନଥାଏ। ଜାଣନ୍ତୁ,

ଘରୋଇ ଉପାୟରେ କିଭଳି କେଶ ପାଇଁ ରଙ୍ଗ ପ୍ରସ୍ତୁତ କରିପାରିବେ….
କେଶରେ ଥିବା ରୂପି ସମସ୍ୟା ଓ କେଶକୁ କଳା ରଙ୍ଗ କରିବା ପାଇଁ ଆପଣ ପିଜୁଳିର ପତ୍ର ବ୍ୟବହାର କରନ୍ତୁ। ପିଜୁଳିର ପତ୍ର ସହ ଲେମ୍ବୁ ରସ ମିଶାଇ ଲଗାଇବା ଉତ୍ତମ ଅଟେ। କେଶ ପାଇଁ କିଭଳି ଏହାକୁ ପ୍ରସ୍ତୁତ କରିବେ ଜାଣନ୍ତୁ….
୧୫ରୁ ୨୦ଟି ପିଜୁଳିର ପତ୍ରକୁ ପେଷି ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରରେ ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏବେ ଏହାକୁ ୨୦ ମିନିଟ କେଶରେ ଲଗାଇ ରଖିଦିଅନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ।
ସେହିଭଳି ପିଜୁଳିର ପତ୍ର ସହ ଭୁସଙ୍ଗପତ୍ରର ବ୍ୟବହାର ମଧ୍ୟ କେଶର ରଙ୍ଗ କଳା କରିଥାଏ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି, ୭ରୁ ୮ଟି ପିଜୁଳି ପତ୍ର ସହ ଏକ ମୁଠା ଭୁସଙ୍ଗ ପତ୍ର ମିଶାଇ ଏହାକୁ ପାଣିରେ ପକାଇ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହି ପାଣିକୁ ଥଣ୍ଡା କରି ଏହାକୁ କେଶରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ କେଶକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶର ରଙ୍ଗ କଳା ହୋଇଥାଏ।
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ….
ପିଜୁଳି ପତ୍ରର ଗୁଣ୍ଡ ସହ ଅଁଳା ତେଲକୁ ମିଶାଇ ଏହାକୁ କେଶ ମୂଳରେ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ସାମ୍ପୁରେ କେଶକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories