www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ କିଭଳି ଅଟେ ଆପଣଙ୍କ ବ୍ୟକ୍ତିତ୍ୱ

ହସ୍ତରେଖା ବିଶେଷଜ୍ଞ ହାତ ଦେଖି ଆମ ବିଷୟରେ ବହୁ କିଛି କହିଥାଆନ୍ତି। ମାତ୍ର ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଚେହେରାରୁ ବହୁ କିଛି ଜଣାଯାଇଥାଏ । ବ୍ୟକ୍ତିଙ୍କର ମୁହଁର ଆକାର ,ରଙ୍ଗ ଆଦିରୁ ମଧ୍ୟ ବ୍ୟକ୍ତିଙ୍କ ବିଷୟରେ ଜଣାଯାଏ। ଜାଣନ୍ତୁ ଏହା ବିଷୟରେ….
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ଗାଲ ସାଧାରଣ ଲାଲ ଦେଖାଯାଏ, ସେମାନେ କଥା କଥାରେ ଖୁବ ରାଗି ଯାଇଥାଆନ୍ତି। ଏମାନଙ୍କ ଭିତରେ ସାହାସ ଅଧିକ ଥାଏ। ନିଜର ଗୁଣ ଏମାନଙ୍କୁ ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ୍ର କରିଥାଏ।
ଯେଉଁମାନଙ୍କର ଗାଲ ସାଧାରଣ ଗୋଲାପି ଦେଖାଯାଏ, ସେମାନେ ସହଜରେ ଅନ୍ୟମାନଙ୍କୁ ନିଜର ବନ୍ଧୁ କରିନେଇଥାଆନ୍ତି। ଅନ୍ୟମାନଙ୍କୁ ଖୁବ ଭଲ ଭାବେ ବୁଝି ଥାଆନ୍ତି, ଏହି ଗୁଣ ଏମାନଙ୍କୁ ଅନ୍ୟମାନଙ୍କ ଠାରୁ ଅଧିକ ଗୁରୁତ୍ୱ କରିଥାଏ।
ଯେଉଁମାନଙ୍କର ଗାଲ ସାମାନ୍ୟ ହଳଦିଆ ଦେଖାଯାଏ, ସେମାନେ ସର୍ବଦା ରୋଗଗ୍ରସ୍ତ ରହିଥାଆନ୍ତି। ବିଶେଷ କରି ଥଣ୍ଡା ଜ୍ୱର ଲାଗି ରହେ।
ଯେଉଁମାନଙ୍କର ଗାଲ କଳା ଦେଖାଯାଇଥାଏ, ସେମାନେ ଧୈର୍ଯ୍ୟର ସହ କାର୍ଯ୍ୟ କରିଥାଆନ୍ତି। ମାତ୍ର କ୍ରୋଧ ମଧ୍ୟ କରିଥାଆନ୍ତି।
ଯେଉଁମାନଙ୍କର ଗାଲ ରଙ୍ଗ ସାଧାରଣ ଦେଖାଯାଏ, ସେମାନେ ସର୍ବଦା ଅନ୍ୟକୁ ସାହାର୍ଯ୍ୟ କରିଥାଆନ୍ତି। ଏମାନଙ୍କ ସ୍ୱଭାବ ଦେଖି ଅନ୍ୟମାନେ ଆକର୍ଷିତ ହୋଇଥାଆନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories