www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ; ଅଧିକାରୀ ସ୍ତରୀୟ ଆଲୋଚନା ବିଫଳ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ  ପାଇଁ ଗଠିତ ଟ୍ରିବ୍ୟୁନାଲରେ ଶନିବାର ଉଭୟ ରାଜ୍ୟର ଅଧିକାରୀସ୍ତରୀୟ ଆଲୋଚନା ହୋଇଥିଲା। କିନ୍ତୁ ତାହା ବିଫଳ ହୋଇଛି। ଛତିଶଗଡ଼ ଏବଂ ଓଡ଼ିଶାର ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଫଳରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାରୁ ଟ୍ରିବ୍ୟୁନାଲ ଦିନ ଧାର୍ଯ୍ୟ କରିଛନ୍ତି। ମାର୍ଚ୍ଚ ୩୦ ମଧ୍ୟରେ ଆପୋସ ଆଲୋଚନା ପାଇଁ ଦୁଇ ରାଜ୍ୟକୁ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଆଗାମୀ ୧ ସପ୍ତାହ ପରେ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରୀୟ ଆଲୋଚନା ହେବ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ରେ ତାରିଖରେ ହୋଇଥିବା ଶୁଣାଣିରେ ଛତିଶଗଡ଼ ବେଆଇନଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ କରିଥିଲା । ମାର୍ଚ୍ଚ ୯ରେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories