ଜାଣନ୍ତୁ ଛିଙ୍କ ଶୁଭ କି ଅଶୁଭ !
ହିନ୍ଦୁ ଧର୍ମରେ ବହୁ ପ୍ରକାରର ଶୁଭ ଓ ଅଶୁଭ ସଙ୍କେତ ରହିଛି। ଏପରି ବହୁ ଲୋକେ ଅଛନ୍ତି ଯେଉଁମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ବାହାରୁ ଗଲେ ଶୁଭ ସମୟ ଦେଖି ଯାଇଥାଆନ୍ତି। ଏହା ଛଡ଼ା ଘରୁ ଯିବା ସମୟରେ ଦହି ଖାଇ ଗଲେ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ମାନ୍ୟତା ରହିଛି। ଏହା ସହ ଅନ୍ୟ କେତେକ କଥା ମଧ୍ୟ ରହିଛି ଯାହା ଘଟିଲେ କୁହାଯାଏ ଯେ, ଶୁଭ କି ଅଶୁଭ ସେଭଳି ହେଉଛି ଛିଙ୍କ।
ମାତ୍ର ଏହି ଶୁଭ ଅଶୁଭ କଥା ମଧ୍ୟରେ ଛିଙ୍କ ସର୍ବଦା ଅଶୁଭ ନୁହେଁ। ବହୁବାର ଏପରି ହୋଇଥାଏ ଛିଙ୍କିବା ଦ୍ୱାରା ଅନ୍ୟର କାର୍ଯ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା କେଉଁ ସମୟରେ ଛିଙ୍କିବା ଶୁଭ ଓ କେଉଁ ସମୟରେ ଅଶୁଭ ….
ଯଦି ଆପଣ ଖାଦ୍ୟ ଖାଇବାକୁ ଆରମ୍ଭ କରିବାକୁ ଯାଉଛନ୍ତି ଓ ଆପଣଙ୍କୁ ଛିଙ୍କ ଆସେ , ତେବେ ଠିକ ସେହି ସମୟରେ ଖାଦ୍ୟ ନଖାଇ କିଛି ସମୟ ପରେ ଖାଇବା ଉଚିତ।
ଯହି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ଅନ୍ୟ ଜଣେ ଥରେ କେହି ଛିଙ୍କେ, ତେବେ ଏହାକୁ ଅଶୁଭ କୁହାଯାଏ ଓ କାର୍ଯ୍ୟରେ ସଫଳତା ମିଳିନଥାଏ। ମାତ୍ର ଥରେ ନ ଛିଙ୍କି ଦୁଇ ଥରରୁ ଅଧିକ ଥର ଛିଙ୍କିଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଯଦି ଆପଣ କୌଣସି ନୂଆ ଦ୍ରବ୍ୟ କିଣିବା ସମୟରେ ଛିଙ୍କ ଆସେ, ତେବେ ଜାଣନ୍ତୁ ସେହି ବସ୍ତୁ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ଅଟେ।