ଔଷଧୀୟ ଗୁଣରେ ଭରପୂର କେସର ଓ ତୁଳସୀ

0

ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରେ ଆମେ ତୁଳସୀ ଓ କେସରର ବ୍ୟବହାର କରିଥାଉ। ଖାଦ୍ୟ ପଦାର୍ଥର ସ୍ବାଦ ବଢାଇବା ନିମନ୍ତେ କେସର ଓ ତୁଳସୀର ବ୍ୟବହାର କରାଯାଇଥାଏ। ଏହାସହ ମୁହଁର ସୌନ୍ଦର୍ଯ୍ୟ ବଢାଇବା ନିମନ୍ତେ ଏହାର ବ୍ୟବହାର କରାଯାଇଥାଏ। କେସକୁ ଗରମ କ୍ଷୀରରେ ମିଶାଇ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ।

prayash

କେସରକୁ ନିୟମିତ ରୂପେ କମ ମାତ୍ରାରେ ନେବା ଉଚିତ। କାରଣ ଏହା ଶରୀରର ସନ୍ତୁଳନ ଠିକ ରଖିଥାଏ। ଏହା ରୋଗ ନାଶକ ଔଷଧ ମଧ୍ୟ ଅଟେ। ମହିଳାମାନେ ଏହାର ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇଥାଆନ୍ତି।

ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଚା’ରେ ତୁଳସୀ ପତ୍ର ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ତୁଳସୀ ସେବନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତ୍ୟେକ ଦିନ ୨ରୁ ୪ଟି ପତ୍ର ଖାଇବା ଉଚିତ। ଅଧିକ ପତ୍ର ଖାଇବା ଦ୍ବାରା ପେଟ ଗରମ ହୋଇଯାଏ।

Leave A Reply