www.samajalive.in
Saturday, December 6, 2025
14.1 C
Bhubaneswar

ଏବେ ଲଢ଼େଇର ବେଳ ନୁହଁ, ଉପରାଜ୍ୟପାଳଙ୍କ ଆଦେଶ ପାଳନ କରାଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କେବଳ ଦିଲ୍ଲୀର କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ନିଜର ଭିଟୋ କ୍ଷମତା ବଳରେ ରଦ୍ଦ କରିଦେଇଥିଲେ। ଦିଲ୍ଲୀରେ ଥିବା ହସ୍ପିଟାଲଗୁଡ଼ିକରେ ଅନ୍ୟ ରାଜ୍ୟର କରୋନା ରୋଗୀ ଚିକିତ୍ସିତ ହୋଇପାରିବେ ବୋଲି ଉପରାଜ୍ୟପାଳ ଅନିଲ ବୈଜଲ ସାନି ଆଦେଶ ଦେଇଥିଲେ। ଫଳରେ ଏହାକୁ ନେଇ ନାନା ଆଲୋଚନା ଜୋର ଧରିଥିଲା। ତେ​‌ବେ ଉପରାଜ୍ୟପାଳଙ୍କ ଆଦେଶ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର କହିଛନ୍ତି। ସେ କହିଛନ୍ତି, ଏବେ ପରସ୍ପର ମଧ୍ୟରେ ଲଢ଼େଇର ବେଳ ନୁହେଁ। ଉପରାଜ୍ୟପାଳଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ।

ଅନ୍ୟପଟେ ଦିଲ୍ଲୀରେ ଅନ୍ୟ ରାଜ୍ୟର କରୋନା ଆକ୍ରାନ୍ତ ଚିକିତ୍ସିତ ହେଲେ ରୋଗୀମାନଙ୍କ ପାଇଁ ବେଡ୍‌ ଉପଲବ୍ଧ କରାଇବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ସରକାରଙ୍କ ଆକଳନ ଅନୁସାରେ, ଜୁନ ୧୫ ସୁଦ୍ଧା ଏଠାରେ କରୋନା ରୋଗୀ ସଂଖ୍ୟା ୪୪ ହଜାରରେ ପହଞ୍ଚିବ। ଜୁନ ୩୦ ସୁଦ୍ଧା ଏହି ସଂଖ୍ୟା ୧ ଲକ୍ଷ, ଜୁଲାଇ ୧୫ ସୁଦ୍ଧା ୨ଲକ୍ଷ ୨୫ ହଜାର ଏବଂ ଜୁଲାଇ ୩୧ ସୁଦ୍ଧା ୫ ଲକ୍ଷ ୫୦ ହଜାରରେ ପହଞ୍ଚିବ ବୋଲଇ ସରକାର ଆଶଙ୍କାବ୍ୟକ୍ତ କରୁଛନ୍ତି। ତେଣୁ ଏହି ସମୟ ବେଳକୁ ପ୍ରାୟ ଦେଢ଼ ଲକ୍ଷ ବେଡ୍‌ର ଆବଶ୍ୟକତା ପଡ଼ିବ ବୋଲି କେଜ୍ରିୱାଲ କହିଛନ୍ତି।

- Advertisement -

ତେବେ ବର୍ତ୍ତମାନ ଦିଲ୍ଲୀରେ କରୋନାର ସମୂହ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କରୋନା ବିରୋଧୀ ଲଢ଼େଇକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହ୍ବାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories