www.samajalive.in
Saturday, December 6, 2025
14.1 C
Bhubaneswar

ଅଣ୍ଡା ଆମଲେଟ ତରକାରୀ

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
ଆଳୁ – ୧ଟି (କଟା ହୋଇଥିବା)
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଅଦାରସୁଣ ବଟା – ୨ ଚାମଚ
ପିଆଜ – ୨ଟି (କଟା ହୋଇଥିବା)
କଂଚା ଲଙ୍କା – ୨ଟି
ତେଜପତ୍ର – ୧ଟି
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ରଖନ୍ତୁ। ଏଥିରେ କଂଚା ଲଙ୍କା, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ତେଲ ଅଳ୍ପ ତେଲ ଗରମ କରନ୍ତୁ। ରଖିଥିବା ଅଣ୍ଡାରୁ ତାୱାରେ ପକାଇ ୨ଟି ଆମଲେଟ ପ୍ରସ୍ତୁତ କରନ୍ତୁ। ଆମଲେଟ ପ୍ରସ୍ତୁତ କରିବା ପରେ ଏହାକୁ ଦୁଇ ଫାଳ କରି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଳୁ ଭାଜି ଏକ ପାତ୍ରକୁ କାଢନ୍ତୁ। ଏହାପରେ ତେଜପତ୍ର, ପିଆଜ ପକାଇ ଭାଜନ୍ତୁ। କିଛି ସମୟ ପରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଗରମ ମସଲା ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। କଷିବା ପରେ ଭଜା ହୋଇଥିବା ଆଳୁ, ପ୍ରସ୍ତୁତ ଆମଲେଟ ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। କିଛି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଆମଲେଟ ତରକାରୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories