www.samajalive.in
Friday, December 5, 2025
20.1 C
Bhubaneswar

ମୟୂରପୁଚ୍ଛର ଏହି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ଶୋଭା ବଢାଉଥିବା ମୟୂରପୁଚ୍ଛକୁ ଖୁବ ପବିତ୍ର କୁହାଯାଏ। ଗୃହରେ ଏହାକୁ ରଖିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ନକରାତ୍ମକ ଶକ୍ତି ଦୂର କରିବା ସହ ଏହା ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ବାସ୍ତୁଶାସ୍ତ୍ରରେ ମୟୂରପୁଚ୍ଛର ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ………
– ମୟୂରପୁଚ୍ଛ ବିନା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଓ ଶୃଙ୍ଗାର ସମ୍ପୂର୍ଣ୍ଣ ହୋଇନଥାଏ ବୋଲି କୁହାଯାଏ। ତେଣୁ ଭଗବାନଙ୍କ ମୂର୍ତି ବା ଫଟୋ ନିକଟରେ ଏହାକୁ ନିଶ୍ଚୟ ରଖନ୍ତୁ।
– ଘରେ ଏହାକୁ ରଖିଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତି ସହ ମୟୂରପୁଚ୍ଛ ମଧ୍ୟ ରଖନ୍ତୁ। ଏହାଦ୍ୱାରା ଘରେ କୌଣସି ଜୀବଜନ୍ତୁ ମଧ୍ୟ ପ୍ରବେଶ କରନ୍ତି ନାହିଁ।
– ପିଲାଙ୍କ ପାଠପଢାରେ ଏକାଗ୍ରତା ରହୁଥିଲେ, ବହି ମଧ୍ୟରେ ମୟୂରପୁଚ୍ଛ ରଖନ୍ତୁ। ଏହା ଉତମଫଳ ପ୍ରଦାନ କରେ।
– ପିଲାମାନେ ଛୋଟ ଛୋଟ କଥାରେ ଅଧିକ ଜିଦି କରୁଥିଲେ, ମୟୂରପୁଚ୍ଛରେ ପ୍ରସ୍ତୁତ ଏକ ପଙ୍ଖା ଅଳ୍ପ ସମୟ ପ୍ରତିଦିନ ବ୍ୟବହାର କରନ୍ତୁ।
– ପିଲାଙ୍କ ହସ୍ତରେ ଛୋଟ ମୟୂରପୁଚ୍ଛ ଏକ ସୂତାରେ ବାନ୍ଧିବା ଦ୍ୱାରା କୁଦୃଷ୍ଟିରୁ ରକ୍ଷା ମିଳିଥାଏ, ଭୟଙ୍କର ସ୍ୱପ୍ନ ଆସିନଥାଏ।
– ଆଗ୍ନେୟ କୋଣରେ ମୟୂରପୁଚ୍ଛ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।
– ହଳଦୀ ରଙ୍ଗର ରେଶମୀ କପଡ଼ାରେ ମୟୂରପୁଚ୍ଛ ରଖିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
– ମନ୍ଦିରକୁ ମୟୂରପୁଚ୍ଛ ନେଇ ଏହାକୁ ରାଧା-କୃଷ୍ଣଙ୍କ ମୂର୍ତି ନିକଟରେ ରଖି ୪୦ ଦିନ ପୂଜା କରି ଘରକୁ ଆଣନ୍ତୁ। ଏପରି କରିବା ଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories