www.samajalive.in
Sunday, December 14, 2025
17.1 C
Bhubaneswar

ଅନେକ ସମସ୍ୟାର ଗୋଟିଏ ସମାଧାନ

ରୋଷେଇ ଘରେ ଏପରି ଅନେକ ଖାଦ୍ୟ ଜିନିଷ ଉପଲବ୍ଧ, ଯାହା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହାର ବ୍ୟବହାର କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। କେତେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ସେଭଳି ଏକ ଖାଦ୍ୟ ଜିନିଷ ହେଉଛି ଲେମ୍ବୁ। ଲେମ୍ବୁରେ ଅନେକ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ତ୍ୱଚାରେ ଥିବା ବିିଭିନ୍ନ ଦାଗ ,ବ୍ରଣ ଭଳି ଅନେକ ସମସ୍ୟାକୁ ଏହା ଦୂର କରିଥାଏ। ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଲେମ୍ବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଶେଷଜ୍ଞଙ୍କ ମତ। ଜାଣନ୍ତୁ ପୋଷକ ତତ୍ତ୍ୱରେ ଭରପୁର ଲେମ୍ବୁରେ ଅନେକ ଲାଭଦାୟକ ଗୁଣ ରହିଛି।
ଆପଣଙ୍କର କୋଷ୍ଠକାଠିନ୍ୟ ଓ ପାଚନ ଜନିତ ସମସ୍ୟା ରହିଥିଲେ, ଲେମ୍ବୁ ରସ ସେବନ କରନ୍ତୁ। ସକାଳେ ଉଠିବା ପରେ ଖାଲି ପେଟରେ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। ସନ୍ଧ୍ୟାରେ ମଧ୍ୟ ପିଇପାରିବେ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ।
ବାନ୍ତି ଲାଗିବା ଭଳି ଅନୁଭବ ହେଉଥିଲେ , ଅଧ କପ ପାଣିରେ ଲେମ୍ବୁ ରସ,ଜିରା,ଅଳ୍ପ ଡ଼ାଲଚିନି ଗୁଣ୍ଡ ମିଶାଇ ପିଅନ୍ତୁ। ୨ ଘଣ୍ଟା ମଧ୍ୟରେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।
ଅନେକ ସମୟରେ ସଠିକ ଖାଦ୍ୟପାନୀୟ ସେବନ ନକରିବା ଦ୍ୱାରା ବଦହଜମି ହେବା ଦ୍ୱାରା ଏକ ପ୍ରକାର ହେକୁଟି ହୋଇଥାଏ। ଏହି ସମସ୍ୟା ଦୂର ପାଇଁ ପାଣିରେ ଲେମ୍ବୁ ରସ , ସାମାନ୍ୟ ଚିନି, ଅଳ୍ପ ଲୁଣ ମିଶାଇ ପିଅନ୍ତୁ।
ତ୍ୱଚାରେ ବ୍ରଣ ତଥା ଥିବା ଦାଗରୁ ମୁକ୍ତି ପାଇବାକୁ ସଭିଏଁ ବେଶ ଚିନ୍ତିତ ହୋଇଥାଆନ୍ତି। ଏହାର ଏକ ସହଜ ଉପକାର ହେଉଛି ଲେମ୍ବୁ। ଏକ ଚାମଚ କ୍ଷୀର ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ନିୟମିତ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ରଙ୍ଗର ଗୋରା ହେବା ସହ ଦାଗ ଦୂର ହୋଇଥାଏ। ଗୋଟେ ମାସରେ ଏହାର ଫରକ ଜାଣିପାରିବେ।
ଓଜନ ହ୍ରାସ ପାଇଁ ଲେମ୍ବୁ ରସ ଖୁବ ଉପକାରୀ। ନିୟମିତ ସକାଳେ ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ମହୁ ମଧ୍ୟ ମିଶାଇ ପାରିବେ। ଏହା ଓଜନ ହ୍ରାସ କରିଥାଏ।
କେଶ ଝଡିବା ସମସ୍ୟା ଦୂର ପାଇଁ ଲେମ୍ବୁ ଖୁବ ଉପକାରୀ। ଏହାଦ୍ୱାରା କେଶ ଝଡା ସମସ୍ୟା ଦୂର ହୋଇଥାଏ। ପାଚିଲା କଦଳୀରେ ଲେମ୍ବୁ ରସ ମିଶାଇ ଏହାକୁ କେଶରେ ଲଗାନ୍ତୁ। ନିୟମିତ କେଶ ମୂଳରେ ଲଗାନ୍ତୁ। ସେହିପରି ଲେମ୍ବୁ ରସରେ ଅଁଳା ଗୁଣ୍ଡ ମିଶାଇ ଲଗାନ୍ତୁ। ଏହାଦ୍ୱାରା କେଶ ଘନ ଓ ଲମ୍ବା ହୋଇଥାଏ।
ଲେମ୍ବୁ ରସ ବିଭିନ୍ନ ଯନ୍ତ୍ରଣା ଦୂର କରିଥାଏ। ପେଟ ଯନ୍ତ୍ରଣା, ଦାନ୍ତ ଯନ୍ତ୍ରଣା, କାନ ଯନ୍ତ୍ରଣା ଦୂର ହୋଇଥାଏ।
ପେଟ ଯନ୍ତ୍ରଣା ଦୂର ପାଇଁ ଜୁଆଣୀ, ଜିରା ଓ ଚିନି ମିଶାଇ ପିଅନ୍ତୁ। ଲୁଣ ଓ ସାମାନ୍ୟ ଲୁଣ ରସ ମିଶାଇ ଉଷୁମ ପାଣିରେ ପିଅନ୍ତୁ।
ଦାନ୍ତ କିମ୍ବା ଦାନ୍ତ ମୂଳ ବିନ୍ଧାହେଉ ଥିଲେ ୨ ରୁ ୩ ଲବଙ୍ଗ ମିଶାଇ ଲେମ୍ବୁ ରସ ମିଶାଇ ବ୍ୟବହାର କରନ୍ତୁ।
ଆଣ୍ଠୁଗଣ୍ଠି – ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ପାଇଁ ଲେମ୍ବୁ ରସର ମାଲିସ କରିବା ସହ ଲେମ୍ବୁ ରସ ପିଇବା ଉପକାରୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories