www.samajalive.in
Saturday, December 6, 2025
23.1 C
Bhubaneswar

ଲେମନ ଟି ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ

ଲେମ୍ବୁ ର ଚାହା ଅର୍ଥାତ ଯାହାକୁ ଆମେ ଲେମନ ଟି ବୋଲି କହୁ। ଏହା ବିଷୟରେ ଆପଣ ବହୁ କିଛି ଶୁଣି ଥିବେ। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଉପକାର ହୋଇଥାଏ।
ହାଲିଆ ଅନୁଭବ ହୋଇନଥାଏ –
ଲେମ୍ବୁ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ସକାଳ ସମୟରେ ପିଇବା ଦ୍ୱାରା ଆମ ଯକୃତ, ବୃକକ ସୁସ୍ଥ ରହିବା ସହ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଆପଣ ଦିନଯାକ ସତେଜ ମଧ୍ୟ ଅନୁଭୂତ କରିବେ।
ଲେମନ ଟିର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି। ଏହାସହ ଏହାକୁ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ଶରୀରକୁ ରକ୍ଷା କରିଥାଏ।
ମନକୁ ଖୁସି ରଖିଥାଏ-
ଲେମନ ଟି ଏକ ପ୍ରକାରର ଆପଣଙ୍କ ମନ ଓ ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ। ଫଳରେ ଆପଣ କାର୍ଯ୍ୟର ପ୍ରଭାବରେ ମଧ୍ୟ ହାଲିଆ ଅନୁଭବ ହୋଇଥାଏ।
ହଜମ କ୍ରିୟାକୁ ସୁସ୍ଥ ରଖେ –
ଲେମନ ଟି ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଆବଶ୍ୟକ ଅନୁଯାୟୀ ଭୋକ ହୋଇଥାଏ। ହଜମ କ୍ରିୟା ଉପରେ କୌଣସି କୁପ୍ରଭାବ ପଡ଼ିନଥାଏ।
ରକ୍ତ ପ୍ରବାହ ସଠିକ ଭାବେ ହୋଇଥାଏ-
ଲେମନ ଟିରେ ଥିବା ଫଲେବୋନୋଇଡ଼ସ ନାମକ ଏକ କେମିକାଲ ଥାଏ। ଯାହା ରକ୍ତ ସଞ୍ଚାଳନକୁ ସୂଚାରୁ ରୂପେ କରିଥାଏ। ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ହୃଦୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇନଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories