www.samajalive.in
Saturday, December 6, 2025
14.1 C
Bhubaneswar

ରିଲ୍ସ ନିଶାରେ ଝିଅଟି କଲା ଏମିତି କାମ, ଯନ୍ତ୍ରଣାରେ ହେଲା ଛଟପଟ: ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣମାଧ୍ୟମରେ ହିଟ୍ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। କେତେବେଳେ କିଏ ଭଳିକି ଭଳି ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ଟିପ୍ସ ଦେଉଛନ୍ତି ତ ଆଉ କିଏ ଅଜବ କାର୍ଯ୍ୟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ଯେଉଁଥିରେ ଭିଡିଓ କରୁଥିବା ଝିଅଟି କ୍ୟାମେରାରେ ଏମିତି କିଛି କରୁଛି, ଯାହା ପରେ ତା’ର ଏହି ଭିଡିଓ ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା।


ଭିଡିଓରେ ଦେଖାଯାଉଛି, ଝିଅଟି ତା’ର ଗୋଟିଏ ଆଖିରେ ଲେମ୍ବୁ ରସ ପକାଉଛି। ଏହାପରେ ଯାହା ହେଲା ତାକୁ ଦେଖି ଆପଣ ମଧ୍ୟ ଚିତ୍କାର କରିବାକୁ ଲାଗିବେ। ଦୁଇ ଟୋପା ଲେମ୍ବୁ ସହ ଝିଅର ଆଖିରେ ପଡ଼ିବା ମାତ୍ରେ ସେ ଯନ୍ତ୍ରଣାରେ ଚିତ୍କାର କରି ଉଠୁଛି। ଭାଇରାଲ ହେଉଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଭିଡିଓରେ ଆଗକୁ ଦେଖିବାକୁ ମିଳିଛି ଯେ, ସେ ନିଜ ଆଖିରେ ହାତ ଦେି ଜୋର୍‌ରେ ଚିତ୍କାର କରୁଛି। ୩୦ ଜୁଲାଇରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘‘ସେ ଏପରି କାହିଁକି କଲା?’’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories