www.samajalive.in
Sunday, December 7, 2025
23.1 C
Bhubaneswar

ଅସମ୍ପୂର୍ଣ୍ଣ ଗଳି ରାସ୍ତା, ଜଣାଇବା ସତ୍ୱେ ଫଳ ଶୂନ

ସମ୍ବଲପୁର: ସ୍ଥାନୀୟ ଭତରା ସ୍ଥିତ ସ୍ୱପ୍ନେଶ୍ୱର ନଗର ଠାରେ ରହୁଥିବା ବାସିନ୍ଦା ମାନେ ଉକ୍ତ ଅଞ୍ଚଳର ଜେନା ଗଳିକୁ ଯାଉଥିବା ରାସ୍ତାକୁ ନିଗମ କର୍ତୃପକ୍ଷ ଅଧା ନିର୍ମାଣ କରି ବନ୍ଦ କରି ଦେଇଛନ୍ତି। ଫଳରେ ଉକ୍ତ ଅଞ୍ଚଳକୁ ପ୍ରବେଶ କରିବାର ମୁଖ୍ୟ ରାସ୍ତା ସମ୍ମୁଖରେ ଏକ କ୍ଷୁଦ୍ର ପୋଖରୀ ସୃଷ୍ଟି ହୋଇ ଜଳ ଜମି ରହୁଛି। ଏଣୁ ପ୍ରତି ଦିନ ଲୋକେ ଯାତାୟାତରେ ଅନେକ ଅସୁବିଧା ଭୋଗ କରୁଥିବା ବେଳେ ସମସ୍ୟାର ସମାଧାନ ପାଇଁ ନିଗମ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ୱେ କିଛି ଫଳ ମିଳୁନାହିଁ। ଅପରପକ୍ଷରେ ଅଞ୍ଚଳବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅଧା ରାସ୍ତା ନିର୍ମାଣ କରି କାହା ସ୍ୱାର୍ଥରେ ବିନା କ୍ଷେତ୍ର ପରିଦର୍ଶନ କରି ଟଙ୍କା ପଇଠ କରାଯାଇଛି, ତାହା ଜାଣି ହେଉନାହିଁ। ଅଞ୍ଚଳବାସୀ ପ୍ରାୟ ୩୦ ବର୍ଷ ହେବ ଏହି ଅଞ୍ଚଳରେ ରହି ଆସୁଥିବା ବେଳେ ଦୀର୍ଘ ବର୍ଷର ଦାବି ପରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିବା ବେଳେ ତାକୁ ଅଧା ଅପନ୍ତରିଆ କରି ଛାଡି ଦିଆଯାଇଛି। ଫଳରେ ରାସ୍ତା ସମ୍ମୁଖରେ ପୋଖରୀ ଭଳି ପାଣି ଜମା ହେଉଥିବାରୁ ଯାତାୟାତ କରିବା ସମୟରେ ବେଶ ଅସୁବିଧା ହେବା ସହିତ ବରିଷ୍ଠ ନାଗରିକ ମାନେ ଯାତାୟାତ କରି ପାରୁ ନାହାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories