www.samajalive.in
Saturday, December 6, 2025
26.1 C
Bhubaneswar

ଘରକୁ ସ୍ୱଚ୍ଛ କରିବା ପାଇଁ ଲେମ୍ବୁର ବ୍ୟବହାର

ଲେମ୍ବୁର ବହୁ ଉପକାରୀ ଗୁଣ ରହିଛି। ଲେମ୍ବୁକୁ ଆମେ ସରବତ କରି ପିଇବା ପରେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ମାତ୍ର ଘରକୁ ସଫା କରିବାରେ ଏହାର ଚୋପା ଓ ରସ ବହୁ ଲାଭ ଦାୟକ ଅଟେ। ଲେମ୍ବୁର ଚୋପାରେ ଯେକୌଣସି ଦ୍ରବ୍ୟକୁ ସଫା କଲେ ଏହା ସଫା ହେବା ସହ ଏହାର ଚମକ ମଧ୍ୟ ବଢି ଥାଏ। ଜାଣନ୍ତୁ ଘରକୁ ସଫା କରିବା ନିମନ୍ତେ କିପରି କରିବେ ଲେମ୍ବୁର ବ୍ୟବହାର ….
ସିଙ୍କ୍‍କୁ ସଫା କରିବା ନିମନ୍ତେ -ରୋଷେଇ ଘରର ସିଙ୍କ୍ ରେ ସର୍ବଦା ପାଣି ,ବାସନକୁସନ ଆଦି ରହି ରହି ଏହା ଅପରିଷ୍କାର ହୋଇ ଦାଗ ହୋଇଯାଏ। ସିଙ୍କ୍ ରେ  ଲେମ୍ବୁ ରସରେ ଲୁଣ ମିଶାଇ କିମ୍ବା ଲେମ୍ବୁ ଚୋପାରେ ଲୁଣ ଲଗାଇ ଘଷି କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଖୁବ ଭଲ ଭାବେ ସଫା ହୋଇଯିବ।
ଡ଼ବାର ଦାଗ ଦୂର ପାଇଁ – ଡ଼ବା ଗୁଡ଼ିକର ଖୋଳରେ ଓ ଡ଼ବାରେ ଥିବା ଦାଗ ସହଜରେ ଲିଭି ନଥାଏ। ଲେମ୍ବୁ ରସକୁ ଲଗାଇ ଓ ଏହାର ଚୋପାରେ ଘଷି ରଖନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
ଏତଦ୍‍ ବ୍ୟତୀତ ରୋଷେଇ ଘରର ବହୁ ସ୍ଥାନରେ ତେଲର ଚିକଟା ଦାଗ ରହିଯାଏ। ଲେମ୍ବୁ ରସରେ ସାମାନ୍ୟ ଲୁଣ ମିଶାଇ ଏହି ତେଲର ଚିକଟା ସ୍ଥାନରେ ଘଷନ୍ତୁ। ଏହି ଚିକଟା ସଂପୂର୍ଣ୍ଣ ସଫା ହୋଇଯିବ।
ଘରର କାଚ କବାଟ, ଝରକା ଆଦିକୁ ସଫା କରିବା ନିମନ୍ତେ ଲେମ୍ବୁରେ ଘଷିଲେ ଏହା ମଧ୍ୟ ଖୁବ ଭଲ ଭାବେ ସଫା ହୋଇଯାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories