ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ପୂର୍ବାହ୍ନରେ ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ନିଜ ଉଦବୋଧନରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୨ୟ ପାଳିର ଲକ୍ଷ୍ୟ, ନୀତି ଏବଂ ଏଜେଣ୍ଡା ସମ୍ପର୍କରେ କହିବେ। ଏହି ଅଧିବେଶନରେ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସାସଂଦମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଦୁଇଟି ଯାକ ସଦନରେ କାର୍ଯ୍ୟ ଆରମ୍ଭ ହେବ।
ଏହା ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସଦର ଟେବୁଲ ଉପରେ ରଖାଯିବ। ଏହା ଉପରେ ଶାସକ ଏବଂ ବିରୋଧୀ ସଦସ୍ୟମାନେ ଆଲୋଚନା ପର୍ଯ୍ୟାଲୋଚନା କରିବେ। ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପ୍ରସ୍ତୁତ କରାଯିବ। ଏହି ଅଧିବେଶନରେ ସଂସଦରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହୋଇପାରେ। ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ପରେ ଗତ ୧୯ ତାରିଖରେ ଲୋକସଭା ବାଚସ୍ପତି ଭାବେ ସାଂସଦ ସମ ବିର୍ଲା ନିର୍ବାଚିତ ହୋଇଥିଲେ।



