www.samajalive.in
Saturday, December 6, 2025
15.1 C
Bhubaneswar

ହ୍ରାସ ପାଉଛି ବାମପନ୍ଥୀ ଉଗ୍ରବାଦ, ଓଡିଶାର ୯ଟି ଜିଲ୍ଲା ପ୍ରଭାବିତ

ଡେସ୍କ: ବାମପନ୍ଥୀ ଉଗ୍ରବାଦ ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କ ପଦକ୍ଷେପ ଫଳରେ ଯଦିଓ ଏହା ହ୍ରାସ ପାଇଛି କିନ୍ତୁ ଏବେ ମଧ୍ୟ ଦେଶର ୩୮ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖା ଦେଉଥିବା କୁହାଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୫ରେ ଏକ ନୀତିକୁ ଅନୁମୋଦନ କରିଥିଲେ। ଏଥିଯୋଗୁ କ୍ରମାଗତ ଭାବେ ହିଂସା ହ୍ରାସ ପାଇବା ସହ ଭୌଗୋଳିକ ବିସ୍ତାର ମଧ୍ୟ ହ୍ରାସ ପାଇଛି। ୨୦୧୦ ତୁଳନାରେ ବାମପନ୍ଥୀ ଉଗ୍ରବାଦ ହିଂସା ଘଟଣା ୭୩% ହ୍ରାସ ପାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୨୦୧୦ରେ ୧୦୦୫ରୁ ୮୬% ହ୍ରାସ ପାଇ ୨୦୨୩ରେ ୧୩୮ରେ ପହଞ୍ଚିଛି। ଚଳିତ ବର୍ଷ ଜୁନ ସୁଦ୍ଧା ଏହି ଘଟଣାରେ ୩୨% ହ୍ରାସ ଘଟିଛି।

- Advertisement -

ସୂଚନା ଅନୁଯାୟୀ, ବାମପନ୍ଥୀ ଉଗ୍ରବାଦ ଘଟଣାରେର ୨୦୧୩ରେ ୧୦ଟି ରାଜ୍ୟର ୧୨୬ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୨୦୨୪ରେ ୯ଟି ରାଜ୍ୟରେ ମାତ୍ର ୩୮ଟି ଜିଲ୍ଲାରେ ସୀମିତ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ଗୋଟିଏ ଲେଖାଏଁ ଜିଲ୍ଲା ଥିବାବେଳେ କେରଳ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ୨ଟି ଲେଖାଏଁ, ମଧ୍ୟପ୍ରଦେଶର ୩ଟି, ଝାଡ଼ଖଣ୍ଡର ୫ଟି, ଓଡିଶା ୭ଟି ଓ ଛତିଶଗଡ଼ର ୧୫ଟି ଜିଲ୍ଲା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories