www.samajalive.in
Monday, December 8, 2025
13.1 C
Bhubaneswar

ଯେଉଁଠି ଜୀବନ, ସେଇଠି କ୍ଷମତା-ଅପବ୍ୟବହାର ରୋକିବାକୁ ସଚେତନତା ଜରୁରୀ:ଡ.ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ‘କ୍ଷମତା ଅପବ୍ୟବହାରକୁ ରୋକିବା: ପସନ୍ଦ ଲୋକନୀତି’ ଶୀର୍ଷକ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଳପଥ ଓ ତଟ ସୁରକ୍ଷା ଅତିରିକ୍ତ ପୁଲିସ ମହାନିର୍ଦେଶକ ଏବଂ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଡ.ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ସମାଜ ଯେତେବେଳେ ସରକାରଙ୍କ ଉପରେ ନିୟନ୍ତ୍ରଣ ହରାଏ ସେତେବେଳେ ଏକଛତ୍ରବାଦ ହୋଇଯାଏ। ସରକାରୀ କଳ ଓ ସାମାଜିକ ବ୍ୟବସ୍ଥାରୁ କ୍ଷମତା ସୃଷ୍ଟି ହୋଇଥାଏ। ଯେଉଁଠି ଜୀବନ ଅଛି, ସେଇଠି କ୍ଷମତା ରହିଛି ଏବଂ ଯେଉଁଠି କ୍ଷମତା ରହିଛି ସେଠାରେ ଅପବ୍ୟବହାର ହେଉଛି। ଏକ ଗବଷଣାରୁ ଜଣାପଡିଛି ଯେ ବିଗତ ୨୫ ହଜାର ବର୍ଷ ମଧ୍ୟରେ ମନୁଷ୍ୟ ମସ୍ତିଷ୍କ ରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ଯୁଗ ମନୁଷ୍ୟର ମସ୍ତିଷ୍କ ପ୍ରସ୍ତର ଯୁଗର ମନୁଷ୍ୟର ମସ୍ତିଷ୍କ ସହ ସମାନ। ଲୋକଙ୍କୁ ଯେତେ ବୁଝାଇଲେ ବି ସେମାନେ ଜାତି, ଧର୍ମ ଓ ଗୋଷ୍ଠୀ ଭିତ୍ତିରେ ଭୋଟ ଦେଉଛନ୍ତି। ଆମ ସମାଜ ଯେତେବେଳେ ସରକାରଙ୍କ ଉପରୁ ନିୟନ୍ତ୍ରଣ ହରାଏ ସେତେବେଳେ ଏକଛତ୍ରବାଦ ପରିଲକ୍ଷିତ ହୁଏ। ବର୍ତ୍ତମାନ ଆମ ଦେଶରେ ଏକଛତ୍ରବାଦ ନାହିଁ, ତେଣୁ ଜଣେ ଶାସକ ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଶାସନ ଚଲେଇବାକୁ ଚାହୁଁଛି। ଯାହାଫଳରେ କ୍ଷମତା କେବଳ ସଂଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଖରେ ସୀମିତ ହୋଇଯାଉଛି। ଯଦି ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ ହୁଏ ତେବେ ସେଥିରେ କାମ କରୁଥିବା ଲୋକ ମଧ୍ୟ ଦୁର୍ନୀତିଗ୍ରସ୍ତ ହେବେ। ସେଥିପାଇଁ ବ୍ୟବସ୍ଥା ସୁଧୁରିବା ଆବଶ୍ୟକ ଏବଂ ଲୋକମାନେ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।


ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ କ୍ଷମତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରାଯିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମାଜରେ ଏହା ଦେଖାଯାଉଛି ଯେ ବହୁ ଉଚ୍ଚ ଶିକ୍ଷିତ ଯୋଗ୍ୟ ବ୍ୟକ୍ତି କ୍ଷମତା ଆହରଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହାଫଳରେ କ୍ଷମତା ଅନୁପଯୁକ୍ତ ବ୍ୟକ୍ତିଙ୍କ ହାତକୁ ଚାଲିଯାଉଛି। ତେଣୁ କ୍ଷମତାର ସଠିକ ବ୍ୟବହାର ଓ କାର୍ଯ୍ୟକାରୀ ପାଇଁ ଉପଯୁକ୍ତ ବ୍ୟକ୍ତି ମନୋନୀତ ପାଇଁ ସାମାଜିକ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ସେ କହିଛନ୍ତି।
ରାଜନୀତି ବିଜ୍ଞାନରେ ଥିବା ୩ଟି ଉପାଦାନ ସମ୍ପର୍କରେ ଆଲୋଚନା କରି ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଥମତଃ ଏହା ଆମମାନଙ୍କ ମଧ୍ୟରେ ଧାରଣା କେବଳ ଅନୁପଯୁକ୍ତ ବ୍ୟକ୍ତି ହିଁ ରାଜନୀତି, କ୍ଷମତା ଏବଂ ସରକାରରେ ଯୋଗ ଦେଇଥାନ୍ତି। ଦ୍ବିତୟତଃ ଯଦି ବ୍ୟବସ୍ଥା ହିଁ ଖରାପ୍ ଥିବ ଜଣେ ଯେତେ ଭଲ ହୋଇଥିଲେ ବି କିଛି ଦିନ ଗଲାପରେ ଏହାର ପ୍ରଭାବରେ ଖରାପ ହୋଇଯିବ। ତୃତୀୟତଃ, ମାନବ ସମାଜରେ କିଛି ତ୍ରୁଟି ବା ଦୋଷ ଦୁର୍ବଳତା ରହୁଚି ଯଦ୍ବାରା ସେମାନେ ଅନ୍ୟଦ୍ବାରା ନିୟନ୍ତ୍ରିତ ହେବାକୁ ରାଜି ହେଇଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହଯୋଗୀ ପ୍ରଫେସର ପ୍ରତିମା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ପବ୍ଲିକ ପଲିସି’ ଅତିରିକ୍ତ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଛି। ସହକାରୀ ପ୍ରଫେସର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories