www.samajalive.in
Saturday, December 13, 2025
23.1 C
Bhubaneswar

ଲକ୍ଷ୍ମୀପୁରରେ ଆମ ପୁଲିସ ସମିତି ବୈଠକ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାରେ ଆମ ପୁଲିସ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଏସଡିପିଓ ବିରଞ୍ଚିନାରାୟଣ ଜଗତ , ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ପଞ୍ଚାୟତ ସମିତି ଅଧକ୍ଷା ସୁଆଇ କୁଲେସିକା, ପୂର୍ବତନ ସାଂସଦ ଝିନ ହିକକା ଓ ପୁର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଯୋଗଦେଇଥିଲେ । ପୁଲିସ କିପରି ଜନସାଧାରଣଙ୍କ ନିକଟତର ହୋଇ ପାରିବ ସେଇ ଉଦେଶ୍ୟ ନେଇ ସରକାର ଆମ ପୁଲିସ କାର୍ୟ୍ୟକ୍ରମ ଆରମ୍ଭ କରିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦୀପ୍  ପ୍ରକାଶ କରିଥିଲେ। ସେହିପରି  ମଞ୍ଚାସୀନ ଅତିଥିବୃନ୍ଦ ସରକାର ଯେଉଁ ଆମ ପୁଲିସ ଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ  ପୁଲିସ ଓ ଲୋକମାନଙ୍କ ମଧ୍ୟରେ ଥିବା ଭୟ ଓ   ଦୂରତାକୁ ଦୂର କରିବା ସହିତ ସମ୍ପର୍କ ସ୍ଥାପନ କରି ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଉଭୟ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟପକ୍ଷରେ ଯେକୌଣସି ସମୟରେ ଯେକୌଣସି ବିଷୟରେ ଅଞ୍ଚଳବାସୀ ପୁଲିସର ସହଯୋଗ କାମନା କଲେ ସେମାନଙ୍କୁ  ଯୋଗାଇ ଦିଆଯିବ ବୋଲି ଏସଡିପିଓ ଶ୍ରୀ ଜଗତ କହିଥିଲେ। ଏଠାରେ ଅନ୍ୟମାନଙ୍କ ମଧ୍ୟରେ କାକିରିଗୁମା ଥାନା ଅଧିକାରୀ ପ୍ରମିଳା ବିଡିକା ମଧ୍ୟ ଉପସ୍ଥିତ ଥିଲେ ।

ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧିଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଶତାଧିକ ବ୍ୟକ୍ତି ଏଠାରେ ଉପସ୍ଥିତି ଥିଲେ। କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପରିଚାଳନା ସହିତ ଜନସାଧାରଣଙ୍କ ସହଯୋଗ କାମନା କରି ଯେତେବେଳେ ଯେଉଁ ସହଯୋଗ ଆବଶ୍ୟକ ଜଣାଇଲେ ଓ ଅସୁବିଧାରେ ପଡ଼ି ଫୋନ୍ କଲେ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ଥାନାର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ଆମ ପୁଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories